ଭୂ-କମ୍ପରେ ଥରିଲା ଗଞ୍ଜାମ-ଗଜପତି ; ରିକ୍ଟର ସ୍କେଲରେ ତିବ୍ରତା ୩.୮ ରେକର୍ଡ଼

ଗଞ୍ଜାମ : ଆଜି ସକାଳେ ଗଞ୍ଜାମ-ଗଜପତିରେ ଭୂ-କମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତିବ୍ରତା ୩.୮ ରେକର୍ଡ଼ କରାଯାଇଛି। ଗଞ୍ଜାମର ପାତ୍ରପୁର, ଚିକିଟି ,ଦିଗପହଣ୍ଡି ଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୋଲମ ଜିଲାରେ ମୃଦୁ ଭୂ-କମ୍ପ ଝଟକା ଅନୁଭବ ହୋଇଛି। ଏହାସହ ଗଜପତିର ମୋହନା, ଅଡ଼ବା, ଆର.ଉଦୟଗିରିରେ ମଧ୍ୟ ଭୂ-କମ୍ପ ଝଟକା ଅନୁଭବ ହୋଇଛି। ସକାଳ ୭ଟା୧୦ରେ ଏହି ଭୂ-କମ୍ପ ହୋଇଥିବା ନେଇ ସୂଚନା ମିଳିଛି। ପ୍ରାୟ ୩ ରୁ ୪ ସେକେଣ୍ଡ ଭୂ-କମ୍ପ ଅନୁଭବ ହୋଇଥିବା ବେଳେ ଦଶ ସେକେଣ୍ଡ ଯାଏଁ ଏହାର ଶବ୍ଦ ଶୁଭିଥିଲା। ଘରର ଆସବାବ ପତ୍ର ଏଣେତେଣେ ହୋଇ ଯାଇଥିଲା। ଭୂ-କମ୍ପ ସମୟରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ।

Comments are closed.