ମିଜୋରାମରେ ବଡଧରଣର ଭୂକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୬.୧

ଥେନଜାୱଲ (ମିଜୋରାମ): ମିଜୋରାମରେ ଶୁକ୍ରବାର ଭୋର ସମୟରେ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିବା ପରିମାପ କରାଯାଇଛି । ଭୋର ପ୍ରାୟ ୫.୧୫ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଭୂଗର୍ଭରେ ଏହା ୧୨ କିଲୋମିଟର ନିମ୍ନରେ ସଂଘଟିତ ହୋଇଥିବା ଜଣାଯାଇଛି । ଜାତୀୟ ଭୂକମ୍ପ କେନ୍ଦ୍ର (ଏନସିଏସ) ପକ୍ଷରୁ କୁହାଯାଇଛି ଯେ ଏହାର ପ୍ରଭାବ ଆସାମର ରାଜଧାନୀ ଗୁଆହାଟି ସମେତ ନିକଟବର୍ତ୍ତୀ ଅଞ୍ଚଳ ଏବଂ କୋଲକାତାରେ ମଧ୍ୟ ଅନୁଭୂତ ହୋଇଛି । ଏହାର ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ।

Comments are closed.