ଭାରତ ଗସ୍ତରେ ଇରାନ୍‍ ବୈଦେଶିକ ମନ୍ତ୍ରୀ : ଭାରତ-ଇରାନ୍‍ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା

ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ମଙ୍ଗଳବାର ନୂଆଦିଲ୍ଲୀରେ ଇରାନ୍‍ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାବାଦ୍‍ ଜରିଫ୍‍ଙ୍କ ସହ ଆଲୋଚନା କରିଛନ୍ତି। ଦୁଇ ନେତା ବହୁ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଦ୍ୱିପକ୍ଷିୟ ବିଷୟ ଉପରେ ଆଲୋଚନା କରିଛନ୍ତି । ଆଫ୍‍ଗାନିସ୍ତାନ ସମେତ ଆଞ୍ଚଳିକ ପରିସ୍ଥିତି ଉପରେ ମଧ୍ୟ ଆଲୋଚନା ହୋଇଛି । ଏହା ବ୍ୟତୀତ ମିଳିତ ବ୍ୟାପକ କ୍ରିୟାନୁଷ୍ଠାନ ଯୋଜନା ଉପରେ ଇରାନ୍‍ର ଆଭିମୁଖ୍ୟ, ଭାରତ-ଇରାନ୍‍ ସମ୍ପର୍କ ବୃଦ୍ଧି ଓ ଆଞ୍ଚଳିକ ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଛି।

ଭାରତକୁ ଦୁଇଦିନ ଗସ୍ତରେ ଆସି ଶ୍ରୀ ଜରିଫ୍‍ ସୋମବାର ନୂଆଦିଲ୍ଲୀରେ ପହଞ୍ଚିଥିଲେ। ବିମାନ ବନ୍ଦରଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ଜରିଫ୍‍ କହିଥିଲେ, ଭାରତ ଇରାନ୍‍ର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାର ରାଷ୍ଟ୍ର ଓ ଦୁଇ ଦେଶ ମଧ୍ୟରେ ନିୟମିତ ବ୍ୟବଧାନରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି।

Comments are closed.