ଇ-ସେବା କେନ୍ଦ୍ର ଉଦଘାଟିତ

ଜି.ଉଦୟଗିରି : ମୁଖ୍ୟ ବିଚାରପତି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶା କଟକଙ୍କ ନିର୍ଦ୍ଦେଶକ୍ରମେ ଆଜି ସ୍ଥାନୀୟ କୋର୍ଟ ପରିସରରେ ଏକ ଇ-ସେବା କେନ୍ଦ୍ର ଉଦଘାଟିତ ହୋଇଯାଇଛି। ପ୍ରଥମ ଶ୍ରେଣୀ ବିଚାର ବିଭଗୀୟ ବିଚାରପତି ସୁଶ୍ରୀ ସଙ୍ଗୀତା ଦାସ ଉଦଘାଟନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବିଚାରପତି ପାୟଲ ଗୁପ୍ତା ଅନ୍ୟାନ୍ୟ କର୍ମାଚାରୀ ଓ ଆଇନଜୀବୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସେବା କେନ୍ଦ୍ର ଦ୍ବାରା ଓକିଲମାନେ ଅନଲାଇନ ମାଧ୍ୟମରେ କେସ ପଞ୍ଜିକରଣ କରିପାରିବେ ବୋଲି ଜଣାପଡିଛି।

Comments are closed.