ଓଡିଶାରୁ ଅନ୍ୟ ରାଜ୍ୟକୁ ଯିବାକୁ ଚାହୁଁଥିବା ପ୍ରବାସୀଙ୍କୁ ସରକାର ଯୋଗାଇ ଦେବେ ଇ-ପାସ, ଟ୍ବିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ଓଡ଼ିଶାରେ ଫସିରହିଥିବା ଅନ୍ୟ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଯିବା ପାଇଁ  ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଯେଉଁ ମାନେ ନିଜ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି ସେମାନେ ଅନଲାଇନ ମାଧ୍ୟମରେ ଇ-ପାସ ପାଇଁ ଆବେଦନ କରିପାରିବେ। ଅନ୍ୟ ରାଜ୍ୟରୁ ଓଡ଼ିଶାରେ ଆସି ଫସିଥିବା ବ୍ୟକ୍ତିଙ୍କ ଅସୁବିଧାକୁ ଦୂର କରିସେମାନଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚିବା ପାଇଁ ରାଜ୍ୟ ସରକାର ସେମାନଙ୍କ ପାଇଁ ଏକ ଇ-ପାସ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।


ଏହାବ୍ୟତୀତ ଓଡିଶାର ଯଦିକେହି ବ୍ୟକ୍ତି ଚିକିତ୍ସା କିମ୍ବା ଅନ୍ୟ କୌଣସି ଜରୁରୀ କାମ ପାଇଁ ରାଜ୍ୟ ବାହାରକୁ ଯିବାକୁ ଚାହୁଁଥିଲେ ମଧ୍ୟ ଇ-ପାସ୍ ପାଇଁ ଆବେଦନ କରିପାରିବେ ବୋଲି ଜଣାପଡିଛି ।  ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ଅନଲାଇନ ବ୍ୟବସ୍ଥାରେ ସେମାନଙ୍କୁ କୌଣସି ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ । ୱେବସାଇଟରେ ପଞ୍ଜୀକରଣ କରି ନିଜ ମୋବାଇଲରେ ପାଇପାରିବେ ଇ-ପାସ। ଏଥିପାଇଁ ଆବେଦନକାରୀ ନିଜ ନାଁ, ଗନ୍ତବ୍ୟ ସ୍ଥଳ ଓ ଗାଡ଼ିର ବିବରଣୀ ଆଦି ଦେଇ covid19.odisha.gov.in   ୱେବସାଇଟରେ ଆବେଦନ କରିପାରିବେ। ପରେ ଏହି ବାବାଦରେ ସୂଚନା ଏସଏମଏସ ଓ ଇମେଲ ଯୋଗେ ଯୋଗାଇ ଦିଆଯିବ ।

Comments are closed.