‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’: ଗୋଟିଏ ଗୀତରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଆଜି ରିଲିଜ୍‍ ହୋଇଛି ଓଡ଼ିଆ ଭାବୋଦ୍ଦୀପକ ସଙ୍ଗୀତ ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’। ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍ ଏବଂ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଏହି ଗୀତକୁ ଉନ୍ମୋଚନ କରିଛନ୍ତି। ଏଥିରେ ରାଜ୍ୟପାଳ କଣ୍ଠଦାନ କରିଥିବାବେଳେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ପ୍ରଦାନ କରିଛନ୍ତି। ଭାରତରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯେଉଁଠି ରାଜ୍ୟପାଳ ଏକ ଦେଶାତ୍ମବୋଧକ ସଙ୍ଗୀତରେ କଣ୍ଠଦାନ କରିଛନ୍ତି। ଯାହା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବର କଥା।

ଏହା ଏକ ସମ୍ପୂର୍ଣ୍ଣ ଭିନ୍ନ ଧରଣର ଗୀତ। ଓଡ଼ିଶା ମାଟି, ଓଡ଼ିଆ ଜାତି, ତାର ବିଲୁପ୍ତ କଳା, ସଂସ୍କୃତି ଓ ପରମ୍ପରାକୁ ଲୋକଲୋଚନକୁ ଆଣିବା ପାଇଁ ଏଭଳି ପ୍ରୟାସ କରାଯାଇଛି। ବସନ୍ତରାଜ ସାମଲ ଏହି ଗୀତ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‍ ଆନନ୍ଦ ଏବଂ ଭିଜୁଆଲ ନିର୍ଦ୍ଦେଶନା ଦେଇଛନ୍ତି ଜୟା ବିଶ୍ୱାସ। ୧୪ ଜଣ ନାମୀଦାମୀ ଓଡ଼ିଆ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି।

ଗତ ଫେବୃଆରୀ ୨୮ରେ ନୀଳାଦ୍ରିବିହାରର ଏକ ଷ୍ଟୁଡ଼ିଓରେ ଗୀତଟିର ଡବିଂ ହୋଇଥିଲା। ତେବେ ଏଡି ଗୀତର ନିର୍ମାତା ପ୍ରତ୍ୟେକ ଓଡ଼ିଆ ଏବଂ ଓଡ଼ିଶାବାସୀ ବୋଲି କହିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍‍ ଆନନ୍ଦ।

 

Comments are closed.