ଦ୍ବାରଶୁଣୀ ଘାଟିରେ ବାଇକ କୁ ଧକ୍କା ଦେଇ ୨୦୦ ଫୁଟ ତଳକୁ ଖସିଲା ପିଆଜ ଟ୍ରକ: ବାଇକ ଆରୋହୀ ମୃତ , ଦୁଇ ଗୁରୁତର

କଳାବାଡିଆ:  ବାଙ୍ଗିରିପୋଷି ଥାନା ଦ୍ବାରଶୁଣୀ ଘାଟିରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବିଶୋଇରୁ ବାରିପଦା ଏକ ବାଇକରେ ବିଶିକେଶନ ମହାକୁଡ (୪୫) ଓ ନିଜ ଖୁଡି ସଂଧ୍ୟାରାଣୀ ଗିରି (୫୫)ଆସୁଥିବା ବେଳେ ଦ୍ବାରଶୁଣୀ ଘାଟିର ଦ୍ବିତୀୟ ବାଙ୍କ ରେ ଏକ ପିଆଜ ବୋଝେଇ ଟ୍ରକ  ଭାରସାମ୍ୟ ହରାଇ ପଛରୁ ଧକ୍କା ଦେଇ ଥିଲା । ଫଳରେ ବାଇକ ସହିତ ଆରୋହୀ ଘାଟି ତଳେ ପଡିଥିବା ବେଳେ ଟ୍ରକଟି ପାଲଟ ଖାଇ ୨୦୦ ଫୁଟ ତଳକୁ ଓଲଟି ପଡିଥିଲା। ଡ୍ରାଇଭର ସହିତ ତିନିଜଣ ଗୁରୁତର ହୋଇଥିଲେ । ବାଙ୍ଗିରିପୋଷି ଦମକଳ ବାହିନୀ ଓ ପୁଲିସ ତିନିଜଣ ଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ଆଣିଲେ । ଚିକିତ୍ସା ଅବସ୍ଥା ରେ ବାଇକ ଆରୋହୀ ବିଶିକେଶନ ମହାକୁଡ ମୃତ୍ୟୁ ବରଣ କରିଥିଲେ। ଅନ୍ୟ ଦୁଇ ଜଣ ଗୁରୁତର ଙ୍କୁ ଚିକିତ୍ସା ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କୁ ପଠାଇ ଦିଆଯାଇଛି। ଟ୍ରକ ଟି ନାସିକ ରୁ କଲିକତା ପିଆଜ ନେଇ ଯାଉଥିଲା। ବିଶୋଇ ମଝିଗାଁ ର ବିଶିକେଶନ ମାହାକୁଡ ବାରିପଦା ନେସ୍କୋ ବିଦ୍ୟୁତ ବିଭାଗ ରେ ଚାକିରୀ କରୁଥିବା ଜଣାପଡିଛି। ବାଙ୍ଗିରିପୋଷି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

Comments are closed.