ଆଜି ୨୦୦ ମିଟର ଦୌଡ଼ିବେ ଦୂତି

ଟୋକିଓ,: ଟୋକିଓ ଅଲିମ୍ପିକ୍‌ସ ମହିଳା ୨୦୦ ମିଟର ଦୌଡ଼ରେ ଭାରତୀୟ ଧାବିକା ଦୂତି ଚାନ୍ଦ ସୋମବାର ହିଟ୍ସରେ ଦୌଡ଼ିବେ। ଭାରତୀୟ ସମୟ ସକାଳ ୭ଟା୨୪ରେ ଦୂତି ଟୋକିଓରେ ଦୌଡ଼ିବେ। ଦୂତିଙ୍କ ୨୦୦ମିଟରରେ ଶ୍ରେଷ୍ଠ ପ୍ରଦର୍ଶନ ୨୩ ସେକେଣ୍ଡ ରହିଛି। ଦୂତି ପୂର୍ବରୁ ୧୦୦ମିଟର ହିଟ୍ସର ପ୍ରଥମ ରାଉଣ୍ଡରୁ ହିଁ ଦୂତି ବିଦାୟ ନେଇଥିଲେ। ଦୂତି ହିଟ୍ସ ୫ରେ ଦୌଡ଼ି ୧୧.୫୪ ସେକେଣ୍ଡ ସହ ସପ୍ତମ ସ୍ଥାନରେ ରହିଥିଲେ। ମୋଟ ଉପରେ ସେ ୪୫ତମ ସ୍ଥାନରେ ରହିଥିଲେ। ଦୂତି ଏକମାତ୍ର ଭାରତୀୟ ମହିଳା ଧାବିକା ଭାବେ ଟୋକିଓ ଅଲିମ୍ପିକ୍‌ସର ୧୦୦ ଓ ୨୦୦ମିଟରରେ ଅଂଶଗ୍ରହଣ କରୁଛନ୍ତି।

Comments are closed.