ବିଶ୍ବ ମାନ୍ୟତା ଆଧାରରେ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କଲେ ଦୂତୀ

ଭୁବନେଶ୍ୱର: ଓଡ଼ିଶାର ଗୌରବ ଦୌଡ଼ରାଣୀ ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ବ ମାନ୍ୟତା ଆଧାରରେ ଉଭୟ ୧୦୦ ଏବଂ ୨୦୦ ମିଟର ମହିଳା ଦୌଡ଼ ପ୍ରତିଯୋଗୀତା ପାଇଁ ତାଙ୍କୁ ଚୟନ କରାଯାଇଛି।

ନିକଟରେ ଦୂତୀ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ ୪ର ୧୦୦ ମିଟର ଇଭେଣ୍ଟକୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ନିଜର ପୂର୍ବ ରେକର୍ଡକୁ ଭାଙ୍ଗିଥିଲେ। ସେ ମାତ୍ର ୦.୦୨ ସେକେଣ୍ଡ ପାଇଁ ସେ ଅଳ୍ପକେ ସିଧାସଳଖ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିପାରି ନ ଥିଲେ । ତେବେ ନିଜର ବିଶ୍ବ ମାନ୍ୟତା ଆଧାରରେ ସେ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି ।

Comments are closed.