ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ପରେ ଲଙ୍କାକାଣ୍ଡ

ଜଳେଶ୍ବର : ଜମର୍ଦ୍ଦା ଦାହୁଣଦାରେ ଡମ୍ଫର ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଲଙ୍କାକାଣ୍ଡ ଘଟାଇଛନ୍ତି ।  ଉତ୍ତେଜିତ ଲୋକମାନେ ଘଟଣାସ୍ଥଳରେ ବ୍ୟାପକ ପୋଡାଜଳା କରିଛନ୍ତି । ଉତ୍ତ୍ୟକ୍ତ ଲୋକେ ସେଠାରେ ୫ଟି ଡମ୍ଫର,୨ଟି ଜେସିବି ଗୋଟିଏ ଟ୍ରାକ୍ଟର,ଗୋଟିଏ କାର ଏବଂ ଜଣଙ୍କ ଘର ଜାଳିଦେଇଛନ୍ତି । ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ବାହିନୀ ସାମିଲ ଅଛନ୍ତି । ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Comments are closed.