‘ଦୁର୍ଗାମତୀ’: ଭିନ୍ନ ଅବତାରରେ ଭୂମି, ଦେଖନ୍ତୁ ଟ୍ରେଲର

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ଭୂମି ପେଡନେକର ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦୁର୍ଗାମତୀ’ର ଟ୍ରେଲର ବୁଧବାର ରିଲିଜ୍‍ ହୋଇଛି। ଏଥିରେ ଭୂମି ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ନଜର ଆସିଛନ୍ତି। ଟ୍ରେଲରରେ ତାଙ୍କ ସହ ମାହୀ ଗିଲ୍‍, ଜୀଶୁ ସେନଗୁପ୍ତା, କରଣ କପାଡ଼ିୟା ଓ ଅରଶଦ ୱାର୍‍ସୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଟ୍ରେଲର ଖୁବ୍‍ ରୋମାଞ୍ଚକର ଏବଂ ଭୟାନକ ହୋଇଛି। ଭୂମି ଏହି ଚଳଚ୍ଚିତ୍ରରେ ଚଞ୍ଚଲ ଚୌହାନ ନାମକ ଜଣେ ଝିଅର ଚରିତ୍ରରେ ଅଭିନୟ କରୁଛନ୍ତି। ଏଥିରେ ସେ ଜଣେ ଅପରାଧୀ ଭାବରେ ନଜର ଆସିଛନ୍ତି ଏବଂ ଯେଉଁଥିପାଇଁ ପୁଲିସ ତାଙ୍କୁ ପଚରାଉଚରା କରିବା ପାଇଁ ଦୁର୍ଗାମତୀ ମହଲକୁ ନେଇଯାଉଛି।

ଏହି ମହଲରେ ପୁଲିସ ଗତ ୬ ମାସ ମଧ୍ୟରେ ମନ୍ଦିରରୁ ଚୋରି ହୋଇଥିବା ୧୨ ଟି ମୂର୍ତ୍ତି ଯାଞ୍ଚ କରିଛି। ପଚରାଉଚରା ସମୟରେ ଚଞ୍ଚଲ ଚୌହାନ ଅର୍ଥାତ୍ ଭୂମି ଜଣେ ସାଧାରଣ ମହିଳାରୁ ପାଲଟି ଯାଉଛନ୍ତି ଅସାଧାରଣ। ସେ ରାଣୀ ଦୁର୍ଗାମତୀଙ୍କ ପରି ଅତ୍ୟନ୍ତ ଆକ୍ରମଣାତ୍ମକ ଦେଖାଯାଉଛନ୍ତି। ଟ୍ରେଲରରେ ମାହି ଗିଲଙ୍କୁ ଏହି ଘଟଣାର ତଦନ୍ତ କରୁଥିବା ଜଣେ ପୁଲିସ୍ ଅଧିକାରୀ ଚରିତ୍ରରେ ଦେଖିବାକୁ ମିଳିଛି। ଡିସେମ୍ବର ୧୧ରୁ ଆମାଜନ୍‍ ପ୍ରାଇମ୍‍ ଭିଡିରେ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିପାରିବେ।

Comments are closed.