ଦୁର୍ଗାପୂଜା ; ଘରେ ଘରେ ସ୍ୱାଦିଷ୍ଟ ବ୍ୟଞ୍ଜନ ମୁଖ୍ୟ ଆକର୍ଷଣ

ପ୍ରତିବର୍ଷ ଆଶ୍ୱନୀ ମାସରେ ଦୁର୍ଗା ପୂଜା ପାଳନ କରାଯାଏ। ଜଗତଜନନୀ ମା’ଙ୍କର ଏହି ଶାରଦୀୟ ପୂଜା ଆଶ୍ୱିନ ଶକ୍ଳ ଦଶମୀ ତିଥିରେ ପାଳନ କରାଯାଏ। ଦୁର୍ଗା ପୂଜା ବହୁ ଦିନର ପୂର୍ବରୁ ହିଁ ଲୋକେ ଏହାର ପ୍ରସ୍ତୁତି ଆରମ୍ଭ କରିଦେଇଥାଆନ୍ତି। ଘରେ ଘରେ ଖେଳିଯାଏ ଖୁସିର ଲହରୀ। ନୂତନ ପୋଷାକ ସହ ଭିନ୍ନ ଭିନ୍ନ ଖାଦ୍ୟପେୟ ପାଲଟିଥାଏ ମୁଖ୍ୟ ଆକର୍ଷଣ ବିନ୍ଦୁ ଓ ପର୍ବପର୍ବାଣିର ଏକ ମୁଖ୍ୟ ଅଂଶ। ଜାଣନ୍ତୁ ସେଭଳି କିଛି ସ୍ୱତନ୍ତ୍ର ଖାଦ୍ୟ ପେୟ ବିଷୟରେ …..
ଖେଚୁଡ଼ି – ଖେଚୁଡ଼ି ଦୁର୍ଗାପୂଜାର ଏକ ପାରମ୍ପରିକ ଖାଦ୍ୟ ବୋଲି କୁହାଯାଏ। ଯାହାକୁ ଡାଲି, ଅରୁଆ ଚାଉଳ ଓ ବିଭିନ୍ନ ପନିପରିବା ପକାଇ ପ୍ରସ୍ତୁତ କରାଯାଏ। ଏହା ଏକ ପୃଷ୍ଟିକର ଓ ସମସ୍ତ ବୟସର ଲୋକ ପାଇଁ ଖୁବ ଉତ୍ତମ।
ଆଳୁ ପୋସ୍ତକ –
ଏହାକୁ ଖୁବ ସରଳତାରେ ପ୍ରସ୍ତୁତ କରାଯାଏ। ଆଳୁକୁ ସିଝା ଯାଇ ପୋସ୍ତକ ଦେଇ କମ ତେଲ ମସଲାରେ ପ୍ରସ୍ତୁତ କରାଯାଏ।
ଘୁଗୁନି – ମଟରକୁ ବତୁରା ଯାଇ ଏହାକୁ ସିଝା ଯାଇ ମସଲାରେ ପ୍ରସ୍ତୁତ ହୁଏ। ଏଥିରେ ପିଆଜ, ଟମାଟୋ, ଚାର୍ଟ ମସଲା ପକାଯାଏ।
ସନ୍ଦେଶ, ରସଗୋଲା, ବିଭିନ୍ନ ପ୍ରକାର ମିଠା – ଦୁର୍ଗା ପୂଜା ସମୟରେ ଘରେ ବିଭିନ୍ନ ପ୍ରକାର ମିଠା ଯେପରି ସନ୍ଦେଶ, ରସଗୋଲା, ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତ କରାଯାଏ। ଏହା ଖୁବ ସ୍ୱାଦିଷ୍ଟ।
ଲୁଚି – ମଇଦାରେ ତେଲ ,ପାଣି ଲୁଣ ଦେଇ ଏହାକୁ ଚକଟା ଯାଇ ଗୋଲ ଆକୃତିର ବେଲା ହୋଇ ପୁରୀ ଭଳି ଛଣାଯାଏ।
ଏହାସହ ବିଭିନ୍ନ ପ୍ରକାର ଆମିଷ ଯେପରି ଦହି ମାଛ, ଚିଙ୍ଗୁଡ଼ି ଇଲିଶି ମାଛ , ମାଛ ଚପ୍‍ ମଧ୍ୟ ଘରେ ଘରେ ପ୍ରସ୍ତୁତ ହୋଇଥାଏ।

 

Comments are closed.