ଦୁର୍ଗା ପୂଜା ସମୟରେ ଲାଗି କରାଯାଏ ଏହି ବିଶେଷ ଭୋଗ

ଯେକୌଣସି ପୂଜାପର୍ବର ମୁଖ୍ୟ ଆକର୍ଷଣ ସେହି ସମୟର ଭୋଗ ବୋଲି କୁହାଯାଏ। ସେହିପରି ଦଶହରା ବା ଦୁର୍ଗା ପୂଜା ସମୟରେ ବିଭିନ୍ନ ପ୍ରକାରର ଭୋଗ ଜଗତଜନନୀ ମା’ଦୁର୍ଗାଙ୍କୁ ଅର୍ପଣ କରାଯାଏ। ମା’ଙ୍କୁ ଏହି ଭୋଗ ସମର୍ପଣ କରାଯାଉଥିବାରୁ ଏହି ଭୋଗ ଖୁବ ନିଆରା। ଜାଣନ୍ତୁ ସେଭଳି କିଛି ଭୋଗ ବିଷୟରେ …..
ଚଣା, ହାଲୱା , ପୁରୀ –
ଏହି ଭୋଗକୁ ସମ୍ପୂର୍ଣ୍ଣ ନିରାମିଷ ଭାବେ ପ୍ରସ୍ତୁତ କରାଯାଏ। ମା’ଙ୍କୁ ଅର୍ପଣ କରାଯିବ ସହ ଲୋକେ ଘରେ ମଧ୍ୟ ଏହାକୁ ପ୍ରସ୍ତୁତ କରି ଏକ ନିର୍ଦ୍ଦିଷ୍ଟ କନ୍ୟା ପୂଜା ସମୟରେ ଅର୍ପଣ କରାଯାଏ। ଏହି ଭୋଗ ବିଶେଷ କରି ଦିଲ୍ଲୀ ସମେତ ଉତ୍ତର ଭାରତ ଓ ଦେଶର କୋଣ ଅନୁକୋଣରେ ମଧ୍ୟ ପ୍ରସ୍ତୁତ କରାଯାଏ।
ଖେଚେଡ଼ି –
ବିଶେଷ କରି ବଙ୍ଗାଳୀ ଲୋକମାନେ ଓ ଅନ୍ୟ ସମସ୍ତ ପ୍ରକାର ଲୋକେ ସପ୍ତମୀ, ଅଷ୍ଟମୀ, ନବମୀ ଦିନ ଦୁର୍ଗାପୂଜା ପର୍ବ ବିଶେଷ ଭାବେ ପାଳନ କରିଥାଆନ୍ତି। ଏହି ୩ ଦିନ ମା’ଙ୍କ ନିକଟରେ ପ୍ରସ୍ତୁତ ହେଉଥିବା ଭୋଗ ବେଶ ସ୍ୱାଦିଷ୍ଟ। ଏହି ସମୟରେ ପ୍ରସ୍ତୁତ ହେଉଥିବା ଖେଚେଡ଼ି ବେଶ ପସନ୍ଦିଆ ଭୋଗ। ପୂଜାର୍ଚ୍ଚନା ହେଉଥିବା ମା’ଙ୍କ ପେଣ୍ଡାଲ ନିକଟରେ ଯାଇ ଖାଇଲେ ଏହାର ସ୍ୱାଦ ଆହୁରି ବଢିଯାଏ।
ଦହି – ଜିଲାପି –
ଭାରରତ ବିଭିନ୍ନ ସ୍ଥାନ ସହ ବିଶେଷ କରି କାନପୁର, ଲକ୍ଷେ୍ନøରେ ଏହାକୁ ଲୋକେ ବେଶ ପସନ୍ଦ କରନ୍ତି। କନ୍ୟା ପୂଜା ସମୟରେ ଏହାକୁ ପ୍ରସ୍ତୁତ କରି ଖିଆଯାଏ।
ମାଲପୁଆ –
ବିହାର ସମେତ ଦେଶର ବହୁ ସ୍ଥାନରେ ଏହାକୁ ପ୍ରସ୍ତୁତ କରାଯାଇ ମା’ଙ୍କ ନିକଟରେ ଭୋଗ କରାଯାଏ। ନବରାତ୍ରରେ ହେଉଥିବା କନ୍ୟା ପୂଜା ସମୟରେ ମଧ୍ୟ ଏହାକୁ ପ୍ରସ୍ତୁତ କରାଯାଏ।
ପୁରୀ – ହାଲୱା –
ବିଶେଷ କରି ନବମୀ ଓ ଦଶମୀ ଦିନ ଦେଶର ବିଭିନ୍ନ ସ୍ଥାନ ସହ ରାଜସ୍ଥାନରେ ଏହାକୁ ପ୍ରସ୍ତୁତ କରାଯାଏ। ମା’ଙ୍କ ନିକଟରେ ଭୋଗ କରାଯିବା ସହ ବଣ୍ଟାଯାଏ।