ନକଲି ଜିନିଷ ପ୍ରସ୍ତୁତିର ଆଡ୍ଡା ପାଲଟିଛି କଟକ ; ପୁଣି ନକଲି ଘିଅ କାରଖାନା ଠାବ

କଟକ : କଟକ ଜିଲାରେ କିଛି ଦିନ ମଧ୍ୟରେ ନକଲି ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ବହୁ ନକଲି ଜିନିଷ ଠାବ ହୋଇଛି। ଆଜି ବୟାଳିଶ ମୌଜା ଶ୍ରୀରାମବଜାର ଅଞ୍ଚଳରୁ ପୁଲିସ ଦ୍ୱାରା ନକଲି ଘିଅ କାରଖାନା ଠାବ ହୋଇଛି। ବହୁ ନାମୀଦାମୀ କମ୍ପାନୀର ଲୋଗୋ ଓ ପ୍ୟାକିଂ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଘିଅ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କେମିକାଲ ଓ ଯନ୍ତ୍ରାଂଶ ମଧ୍ୟ ଜବତ ହୋଇଛି। ଏହି ଘଟଣ।।ରେ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିବା ସହ ଚଢାଉ ଜାରି ରହିଛି। ଏହାସହ ଗତକାଲି କଟକରୁ ନକଲି ମସଲା ଓ ଘିଅ କାରଖାନା ଠାବ ହୋଇଥିଲା।

Comments are closed.