କଟକରେ ନକଲି ଘିଅ ; ଅନୁଗୁଳରେ ନକଲି ତେଲ କାରଖାନା ଜବତ

କଟକ / ଅନୁଗୁଳ : କଟକରେ ପୁଣି ନକଲି ଘିଅ ଓ ଅନୁଗୁଳରେ ନକଲି ତେଲ କାରଖାନା ଠାବ ହୋଇଥିବା ଶନିବାର ଜଣାପଡ଼ିଛି।
କଟକରେ କିଛି ମାସ ମଧ୍ୟରେ ଗୋଟିଏ ପରେ ଗୋଟିଏ ନକଲି ଖାଦ୍ୟସାମଗ୍ରୀ ଜବତ ହେଉଛି। କଟକରୁ ପୁଣି ନକଲି ଘିଅ କାରଖାନା ଠାବ ହୋଇଛି। ଏଥର ସିଡିଏ ସେକ୍ଟର-୯ରେ ନକଲି ଘିଅ କାରଖାନା ଠାବ ହୋଇଛି। ଚଢାଉ ଜାରି ରହିଥିବାରୁ ଏନେଇ ଅଧିକ ଖବର ହସ୍ତଗତ ହୋଇ ପାରି ନାହିଁ।
ସେହିପରି ଅନୁଗୁଳର ସଦର ମହକୁମାରେ ଥିବା ଏକ ତେଲ କାରଖାନା ଉପରେ ପୁଲିସ ଚଢାଉ କରିଛି। ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଚଢାଉ କରିଥିଲେ। ଏହି ତେଲ ବିଭିନ୍ନ କମ୍ପାନିର ବ୍ରାଣ୍ଡରେ ପ୍ୟାକିଂ କରାଯାଇ ବଜାରକୁ ଛଡାଯାଇଥିଲା। ଚଢାଉ ସମୟରେ ବିପୁଳ ପରିମାଣରେ ତେଲ,ଟିଣ, ପ୍ୟାକିଂ ଓ ଠିପି ମଧ୍ୟ ଜବତ କରାଯାଇଛି। ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

Comments are closed.