ଦୁଇ ନକଲି ଏସଟିଏଫ୍ ଗିରଫ

ବାଲେଶ୍ବର : ବାଲେଶ୍ଵର ଜିଲା ଶେରଗଡ ଟୋଲ ପ୍ଲାଜା ନିକଟରୁ ଦୁଇ ନକଲି ଏସଟିଏଫ୍ ଅଫିସରକୁ ଧରିଲା ଖନ୍ତାପଡା ପୁଲିସ। ଥିନାଧିକାରୀ ପରେଶ କୁମାର ରାଉତ ସୂଚନା ଦେଇ କହିଛନ୍ତି ଯେ, ଗତକାଲି ରାତିରେ ଜାତୀୟ ରାଜପଥରେ ଟମାଟୋ ଗାଡି ଓଲଟି ରାସ୍ତା ଜାମ ହୋଇଥିଲା। ଏହି ସମୟରେ ବାରିପଦା ଅଞ୍ଚଳର ପ୍ରିୟରଞ୍ଜନ ବରାଳ ନିଜର ଡ୍ରାଇଭର ପଙ୍କଜ ସିଂ ସହ ଏକ ନାଲିବତି ଗାଡ଼ିରେ ଆସି ସେଠାରେ ପହଞ୍ଚି ଭିଡ କାହିଁକି କରୁଛ ବୋଲି ପାଟି କରିବା ସହ ପୁଲିସକୁ ମଧ୍ୟ ନାଲି ଆଖି ଦେଖାଇଥିଲା। ହେଲେ ଉପସ୍ଥିତ ଥିବା ପୁଲିସ ସନ୍ଦେହ କରିବା ସହ ଉଭୟଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ଗୁଳି ଫୁଟେଇବା ସହ ଦ୍ରୁତ ଗତିରେ ବାଲେଶ୍ବର ଅଭିମୁଖେ ପଳାଇ ଆସିଥିଲେ। ଖବରପାଇ ଥାନାଧିକିରୀ ଶ୍ରୀ ରାଉତ ଶେରଗଡ ଟୋଲ ପ୍ଲାଜା ୧ନଂ ଗେଟରେ ଗାଡିକୁ ଧରିଥିଲେ। ଗାଡିରେ ନାଲିବତି ଲାଗିଥିଲା ଓ ଅଭିଯୁକ୍ତ ଗଞ୍ଜାମରୁ ଆସିଥିଲେ। ଦୁଇଜଣଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।

Comments are closed.