ବଜାର ବନ୍ଦ କରିଦେଲେ ମହୁମାଛି

କଣ୍ଟାବାଞ୍ଜି – ମହୁମାଛିଙ୍କ ଯୋଗୁଁ ବଜାର ବନ୍ଦ । ଏହି ଘଟଣା ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ବଡ଼ବାଙ୍କି ଅଞ୍ଚଳରେ ଘଟିଛି । ଗାଁ ରେ ସପ୍ତାହିକ ବଜାର ଚାଲିଥିବା ବେଳେ ହଠାତ୍‌ ୍ଏକ ଗଛ ଉପରୁ ଶହ ଶହ ମହୁମାଛି ଆସି ଲୋକଙ୍କୁ କାମୁଡିତିଲେ । ସେଠାରେ ଥିବା ଲୋକମାନେ ଯେ ଯେଉଁ ଆଡେ ପାରିଲେ ଧାଇଁଲେ l ଜଣେ ବୃଦ୍ଧା ଓ ଗାଁର ଆଉ ଜଣେ ଧାଇଁ ନ ପାରିବାରୁ ମହୁମାଛିଙ୍କ ଆକ୍ରମଣର ଶିକାର ହୋଇଥିଲେ ।

ସୂଚନା ଅନୁସାରେ ବୁଧବାରରେ ବଡ଼ବାଙ୍କୀ ଗାଁରେ ସପ୍ତାହିକ ବଜାର ବସିଥିଲା l ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଗାଁ ପାଖ ର ଲୋକେ ଆସିଥିଲେ l ଏହି ସମୟରେ ହଠାତ୍‌ ଶହ ଶହ ମହୁମାଛି ଆସି ବଜାର ର ସମସ୍ତ ଦୋକାନୀ ଓ ଲୋକମାନଙ୍କୁ ଆକ୍ରମଣ କରିଥିଲେ । କେହି କିଛି ବୁଝି ନପାରି ପ୍ରାଣ ବିକଳରେ ଯେ ଯେଉଁଆଡେ ପାରିଲେ ସେଇ ଆଡେ ଧାଇଁଥିଲେ l

ବଜାର ଭିତରୁ ଜଣେ ବୃଦ୍ଧା ଓ ଆଉ ଜଣେ ଯାଇପାରି ନଥିଲେ l ଯାହା ଫଳରେ ସେମାନଙ୍କର ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନକୁ ମହୁମାଛି ଦଂଶନ କରିଛନ୍ତି । ସେମାନଙ୍କର ଅବସ୍ଥା ଗୁରୁତର ହେବାରୁ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ଚିକିତ୍ସା ହେବା ପରେ ସ୍ୱାସ୍ଥ୍ୟାବସ୍ଥା ଠିକ ହେବାରୁ  ସେହି ଦୁଇଜଣ ଘରକୁ ଯାଇଥିବା ଜଣାପଡିଛି l ମହୁମାଛି ଆକ୍ରମଣ ରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି l କ’ଣ ପାଇଁ ଓ କାହିଁକି ଏଭଳି ସମସ୍ତ ଙ୍କୁ ମହୁମାଛି ଆକ୍ରମଣ କଲେ ତାହା ଜଣାପଡିନାହିଁ l ଏଭଳି ଘଟଣା ହେବା ପରେ ବଜାର ବନ୍ଦ ହୋଇଯାଇଥିଲା l

Comments are closed.