ଅସହାୟଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ

ଫୁଲବାଣୀ: କନ୍ଧମାଳ ଜିଲା ୟୁଥ୍‍ ଅଫ୍‍ କନ୍ଧମାଳ ସଂଗଠନ ପକ୍ଷରୁ ଆଜି କେତେକ ଅସହାୟମାନଙ୍କୁ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଦୂତିମେଣ୍ଡି ପଂଚାୟତର ବାଇକୁମ୍ଫା, କୁଚିଲାଝର, ଖଲିବେରନା ଆଦି ଗ୍ରାମରେ ସଂଗଠନର ସଦସ୍ୟମାନେ ପହଞ୍ଚି ବାସ୍ତବିକ ଅସହାୟତ ମାନଙ୍କୁ ବଣ୍ଟନ କରିଥିଲେ। ସଂଗଠନର ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ବାଦଲ ପତି, ଇଶାନି ଭୋଇ, ଗୌତମ ହଂସ ଓ ଅନ୍ୟମାନେ ସାମିଲ୍‍ ରହି ବଣ୍ଟନ କରିଥିଲେ।

Comments are closed.