ମାତାଲ୍ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଖଣ୍ଡଗିରି ଥାନା ଜାଗମର ବଜାର ନିକଟରେ ଆଜି ଜଣେ ମାତାଲ୍ ଯୁବତୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଥିଲା। ଯୁବତୀ ଜଣକ କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ଜଣାପଡିଛି। ଏକ ଅଟୋ ଭିତରେ ବସି ସିଗାରେଟ୍ ଟାଣି ରାସ୍ତାରେ ଯାଉଥିବା ଲୋକଙ୍କୁ ସେ ଗାଳିଗୁଲଜ କରିଥିଲେ। ଯୁବତୀ ଜଣକୁ ଯେତେ ବାରଣ କଲେ ମଧ୍ୟ ସେ କାହା କଥା ଶୁଣିବାକୁ ନାରାଜ ଥିଲେ । ଯୁବତୀ ଜଣକ ନିଶାଶକ୍ତ ଅବସ୍ଥାରେ ଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏହାକୁ ଦେଖି କିଛି ଲୋକ ବେଶ ମଜା ମଧ୍ୟ ନେଇଛନ୍ତି। ପ୍ରାୟ ୩୦ ମିନିଟ୍ ପରେ ଖଣ୍ଡଗିରି ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଯୁବତୀ ଜଣକ ଠାରୁ ଏକ ଜୋରିମାନା ଚାଲଣ କାଟି ଅଟକ ରଖିଥିଲା। ନିଶା ଛାଡିବା ପରେ ଯୁବତୀ ଜଣକୁ ପୁଲିସ ଛାଡିଥିବା ଜଣାପଡିଛି।

Comments are closed.