ପୋଖରୀରେ ବୁଡ଼ି ୩ମୃତ

ଭୁବନେଶ୍ବର: ଫୁଲବାଣୀ ନିଟକସ୍ଥ ମାର୍ଲାଙ୍ଗା ପଞ୍ଚାୟତ ସାଲିକିସୀତାଗୁଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି। ସାଲିକିଗୀତାଗୁଡ଼ା ଗାଁ ପୋଖରୀରେ ବୁଡ଼ିଯାଇ ୨ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ହୋଇଛି। ମୃତକ ୨ ସମ୍ପର୍କୀୟ ଭଉଣୀଙ୍କର ବୟସ ୧୦ବର୍ଷ ସୂଚନା ମିଳିଛି।

ସେହିପରି ଖଲିକୋଟ ନିକଟସ୍ଥ କନ୍ଦାହାର ଗାଁ ପୋଖରୀରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସ୍କୁଲରୁ ଫେରି ଗାଧଉଥିବାବେଳେ ନାବାଳକ ଜଣକୁ ବୁଡ଼ି ଯାଇଥିବା ଜଣାପଡ଼ିଛି। ଗୁରୁତର ୩ ନାବାଳକଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟ ୩ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୃତାହତ ସମସ୍ତେ କନ୍ଦାହାର ଗାଁର, ଗାଁ ହାଇସ୍କୁଲରେ ପାଠପଢ଼ି ଫେରିଥିଲେ।

Comments are closed.