ମହାନଦୀରେ ଭାସି ଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ଗାଁ ଲୋକ

ହରଭଙ୍ଗା : କଥାରେ ଅଛି ରଖେ ହରି ତ ମାରେ କିଏ ? ଏଭଳି ଏକ ଘଟଣା ହରଭଙ୍ଗା ଥାନା ଅର୍ନ୍ତଗତ ଅତଲସରା ଅଂଚଳରେ ଘଟି ଯାଇଛି। ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ମହାନଦୀରେ ଜଣେ ଯୁବକ ଭାସି ଯାଉଥିବା ଅତଲସରା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗ୍ରାମର ନରେନ୍ଦ୍ର ବେହେରା , ସଦାନନ୍ଦ ନାଏକ, ପ୍ରକାଶ ଦେହୁରୀ, ଦୁଃଶାସନ ଦେହୁରୀ, ବିଜ୍ଞାନ ବେହେରା, ପ୍ରମୁଖଙ୍କ ପ୍ରଚେଷ୍ଟାରେ ନଦୀ ସ୍ରୋତରୁ ଏହି ଅଜଣା ଯୁବକଙ୍କୁ ସେମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏ ସଂର୍ପକରେ କୁଶଙ୍ଗ ସଂରପଚଙ୍କୁ ଅବଗତ କରିବା ପରେ ଘଟଣାସ୍ଥଳରେ ସମାଜସେବୀ ସଂଜୟ ଦେହୁରୀ ପଂହଚି ଯୁବକଙ୍କୁ ନୂଆ ପୋଷାକ ଦେବା ସହିତ ଚିକିତ୍ସା ପାଇଁ ପୁରୁଣାକଟକ ମେଡିକାଲ ପହଞ୍ଚାଇଥିଲେ। ଯୁବକମାନଙ୍କ ଏଭଳି ମହତ୍ ଉଦ୍ୟମ ପାଇଁ ଆଜି ଜଣେ ଯୁବକଙ୍କ ଜୀବନ ବଂଚିଯାଇଛି। ଯୁବକଙ୍କ ମାନସିକ ଅବସ୍ଥା ଠିକନଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ।

Comments are closed.