ପୋଖରୀରେ ବୁଡି ୪ବର୍ଷ ଶିଶୁର ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସାହାରପଡା ବ୍ଲକ ମାଛଗଡ ପଞ୍ଚାୟତ ଗୟଳକୁଣ୍ଡ ଗ୍ରାମରେ ରବିବାର ପୂର୍ବାହ୍ନରେ ଜଣେ ୪ ବର୍ଷର ଶିଶୁ ପୋଖରୀରେ ବୁଡି ପ୍ରାଣ ହରାଇଛି। ମୃତ ଶିଶୁ ଜଣଙ୍କ ଡେବେରେ ମୁଣ୍ଡାଙ୍କ ପୁଅ ପବିତ୍ର ମୁଣ୍ଡା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଶିଶୁଟି ନିଜ ମାଆ ପଛେ ପଛେ ବିଲକୁ ଯାଉଥିବା ବେଳେ ମାଆର ଅଜାଣତରେ ପୋଖରୀରେ ଖସି ପଡ଼ି ଯାଇଥିଲା। ପୁଅକୁ ଖୋଜାଖୋଜି ପରେ ପୋଖରୀରୁ ଶିଶୁର ମୃତଦେହ ମିଳିଥିଲା। ଖବର ପାଇ ପାଟଣା ଥାନାର ସାହାରପଡା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତ ଶିଶୁର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଏନେଇ ପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

Comments are closed.