ପୋଖରୀରେ ବୁଡି ବାଳକ ମୃତ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋବିନ୍ଦନଗରରେ ମଙ୍ଗଳବାର ଜଣେ ତୃତୀୟ ଶ୍ରେଣୀର ଛାତ୍ର ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ଗୋବିନ୍ଦନଗର ହରିଜନ ସାହିର ବିଘ୍ନ ନାଇକଙ୍କ ପୁଅ ରବି ନାଇକ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରବି ଗାଁ ଶେଷରେ ଥିବା ମଶାଣି ନିକଟରେ ଏକ ପୋଖରୀରକୁ ଗାଧେଇବା ପାଇଁ  ମଙ୍ଗଳବାର ଦିନ ସକାଳ ଯାଇଥିଲା । ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ  ରବିକୁ ଖୋଜା ଖୋଜି କରି ପୋଖରୀ ନିକଟରେ ପହଞ୍ଚିଥିଲେ। ସେଠାରେ ତାଙ୍କ ପୁଅ ପିନ୍ଧିଥିବା ପେଣ୍ଟ ରଖାଯାଇଥିବା ଦେଖିଥିଲେ। ଏହାପରେ ପୋଖରୀ  ପଶି ଖୋଜାଖୋଜି କରିବାପରେ ରବିର ମୃତଦେହ ଉଦ୍ଧାର କରିଥିଲେ l ଏନେଇ ପରିବାର ପକ୍ଷରୁ ଗୋଳନ୍ଥରା ଥାନାରେ ଖବର ଦେଇଥିଲେ।  ଖବର ପାଇ ଗୋଳନ୍ଥରା  ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଥିବା ଜଣାପଡିଛି l ଏ ନେଇ ଗୋଳନ୍ଥରା ଥାନାରେ ଏକ  ୩୦/୧୯  ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Comments are closed.