ପାଣିରେ ବୁଡି ୧୨ ବର୍ଷର ବାଳକ ମୃତ

ସୋର : ଖଇରା ଥାନା ଅଚ୍ୟୁତପୁର ଗ୍ରାମରେ ପାଣିରେ ବୁଡି ୧୨ ବର୍ଷର ବାଳକର ମତ୍ୟୁ ହୋଇଯାଇଛି। ମୃତକ ହେଉଛନ୍ତି ଖଇରା ଥାନା ଅଚ୍ୟୁତପୁର ଗ୍ରାମର ଅକ୍ଷୟ କୁମାର ସାହୁଙ୍କ ୧୨ ବର୍ଷ ପୁଅ ଓମ ପ୍ରକାଶ। ଓମ୍ ବୁଧବାର ଦିନ ସାଙ୍ଗ ମାନଙ୍କ ସହିତ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା। ପୋଖରୀରେ ଗୋଡ ଖସିଯିବାରୁ ବୁଡି ଯାଇଥିଲା। ଖବର ପାଇ ପରିବାର ଓ ପଡୋଶୀମାନେ ଓମକୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ଓମକୁ ମୁତ ଘୋଷଣା କରିଥିଲେ।

Comments are closed.