ବାଲୁଖଣ୍ଡରେ ହରିଣଙ୍କ ଉପସ୍ଥିତି ଜାଣିବା ପାଇଁ ଲଗାଯିବ ଡ୍ରୋନ କ୍ୟାମେରା

ପୁରୀ : ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ଉପସ୍ଥିତି ଜାଣିବା ପାଇଁ ଡ୍ରୋନ କ୍ୟାମେରା ଲାଗିବ। ବାତ୍ୟା ‘ଫନି’ରେ ପୁରୀ ଧ୍ବଂସ ହୋଇଯାଇଛି। ତେବେ ‘ଫନି’ ପରେ ହରିଣ ଗୁଡିକ କୁଆଡେ ଗଲେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ହରିଣମାନେ ପାଣି ପିଇବାକୁ ଆସୁଥିବା ବେଳେ ସେମାନଙ୍କ ଭିଡିଓ ରେକର୍ଡିଂ କରାଯାଇଛି। ସେମାନେ କେଉଁ ଅଞ୍ଚଳରେ ରହୁଛନ୍ତି ତାହା ଜାଣିବା ପାଇଁ ଡ୍ରୋନ କ୍ୟାମେରା ଲଗାଯିବ।

ଅଭୟାରଣ୍ୟର ପ୍ରାୟ ୮୭ ବର୍ଗ କିମିରୁ ୫୦ ବର୍ଗ କିମି ସ୍ଥାନ ‘ଫନି’ ଦ୍ବାରା କ୍ଷତିଗ୍ରସ୍ତ ହୋଇଛି। ସେଠାରେ କେବଳ ଗୋଟିଏ ହରିଣର ମୃତ୍ୟୁଦେହ ଠାବ କରାଯାଇଛି। ପାଣି ରହୁଥିବା ସ୍ଥାନରେ ହରିଣ ଦୃଷ୍ଟିଗୋଚର ହେଉଛନ୍ତି। ଏ ନେଇ ଚିଫ ୱାଇଲ୍ଡ ଲାଇଫ ଅଜୟ ମହାପାତ୍ର ସୂଚନା ଦେଇଛନ୍ତି।

 

Comments are closed.