୮ରେ ଓଡ଼ିଶା ଭୋଟରଙ୍କୁ ଭେଟିବେ ଦ୍ରୌପଦୀ

ଭୁବନେଶ୍ୱର: ଆସନ୍ତା ୮ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟାବେଳେ ବିଜେପି ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବେ। ଶ୍ରୀମତୀ ମୁର୍ମୁ ଏହି ସମୟରେ ବିଜେଡି, ବିଜେପି ଓ କଂଗ୍ରେସ ତଥା ଅନ୍ୟ ଦଳ ଓ ସ୍ବାଧୀନ ବିଧାୟକ ଏବଂ ସାଂସଦଙ୍କୁ ଭେଟି ନିଜ ପାଇଁ ଭୋଟ ଭିକ୍ଷା କରିବେ ବୋଲି ଜଣାପଡିଛି। ଏହାସହିତ ଯଦି କଂଗ୍ରେସ ଭୋଟରଙ୍କ ସହିତ କଥାବାର୍ତ୍ତା ସମ୍ଭବ ହେଲା, ତେବେ ସେମାନଙ୍କୁ ଭେଟି ଭୋଟ ଦେବାକୁ ଅନୁରୋଧ କରିବେ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଆଦିବାସୀ ମହିଳା ଶ୍ରୀମତୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅବସ୍ଥାପିତ କରିବା ପାଇଁ ଯେଉଁ ଉଦ୍ୟମ କରିଛନ୍ତି ସେଥିରେ ରାଜ୍ୟର ସମସ୍ତ ବିଧାୟକ ଓ ସାଂସଦ ଅକୁଣ୍ଠ ସହାୟତା କରିବେ ବୋଲି ଆଶା କରୁଛି। ଏହି ଗସ୍ତରେ ଶ୍ରୀମତୀ ମୁର୍ମୁଙ୍କ ସହିତ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ରସିଂହ ଶେଖାୱତ ଆସିବାର କାର୍ଯ୍ୟକ୍ରମ ରହିଛି।

Comments are closed.