ଏଇ ତ’ ଜୀବନ ! ସହରଟା ଶୋଇଗଲା ପରେ….

ପାରାଦ୍ୱୀପ : ଏଇ ତ’ ଜୀବନ ! ବତୀଖୁଂଟରେ ଆଲୁଅ ଜଳିଲେ ଅବା ଲିଭିଲେ ଏମାନଙ୍କର ସେଥିରେ କିଛି ଯା’ଆସ ନାହିଁ। ଗରମ ହେଉକି ଶୀତ ଅବା ବର୍ଷା… ପୁଣି ସହରର କୋଳାହଳ ଅବା ନିର୍ଜନତା। ଶରୀର କ୍ଳାନ୍ତ, ଦେହ ଅବଶ, ଆଖିରେ ନିଦ। ଇଏ ହେଉଛି ପାରାଦୀପ ଅଠରବାଙ୍କିର ରାତି ୧୦ଟାର ଦୃଶ୍ୟ, ଜୀବିକା ପାଇଁ ଟ୍ରକ ଚାଳକ-ଖଲାସିମାନେ ବର୍ଷା ଓ ମଶା କାମୁଡାକୁ ସହି ଏଠାରେ ଶୋଇଛନ୍ତି। ବିଜୁ ଉଦ୍ୟାନ ଏମାନଙ୍କ ପାଇଁ ପାଲଟିଛି ଆଶ୍ରୟସ୍ଥଳ।

ଏମାନଙ୍କ ପାଇଁ କୋଭିଡ-୧୯ ହେଉ ଅବା ଅନ୍ୟ କିଛି ନିୟମ, ତା’ର କୌଣସି ମହତ୍ତ୍ଵ ନଥାଏ। ରାତ୍ରି ଆଶ୍ରୟସ୍ଥଳ ଯୋଜନା କେତେ ସଫଳ ତାହାକୁ ନେଇ ସୃଷ୍ଟି ହୋଇଛିି ପ୍ରଶ୍ନବାଚୀ ?

ସହରଟା ଶୋଇଗଲା ପରେ….

(All images(source) are from Face Book

Comments are closed.