ସୌର ଚାଳିତ ପ୍ରକଳ୍ପରୁ ରୁବାହାରୁନି ପାଣି, ୩ ମାସ ହେବ ଗାଁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗାଁରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପରୁ ପାଣି ବାହାରୁନି। ଫଳରେ ଗାଁ ଲୋକ ତିନିମାସ ହେବ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହି ଗାଁରେ ପ୍ରାୟ ୭୦ ଘର ରହିଥିବା ବେଳେ ଜନସଂଖ୍ୟା ପ୍ରାୟ ୪୦୦। ଏଠାରେ ତିନୋଟି ନଳ କୂପ ସହ ଗୋଟିଏ ସୋଲାର ବୋର ରହିଛି । ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ପ୍ରାୟ  ୬ମାସ ହେବ କରାଯାଇଛି କିନ୍ତୁ ଗୋଟିଏ ମାସ ପାଣି ବାହାରିବା ପରେ ବନ୍ଦ ହୋଇ ଯାଇଛି ।  ଯେଉଁ ନଳକୂପରେ ସୌର ଚାଳିତ ଯନ୍ତ୍ର  ଲଗାଇ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି ତାହା ଖରାପ ହୋଇ ଯାଇଛି। ଖାଲି ନଳକୂପ ଭଲ ଥିଲା  ବୋଲି ଗ୍ରାମବାସୀ କହିଛନ୍ତି । ଦୁଇଟି ନଳ କୂପ ସମ୍ପୂର୍ଣ ଅଚଳ ରହିଥିବା ବେଳେ ଅନ୍ୟ ଗୋଟିଏ ନଳ କୂପରୁ କାଦୁଅ  ଓ ଛୋଟ ଛୋଟ ଲୁହା ଖଣ୍ଡ ବାହାରୁ ଥିବାରୁ ତାହା ବ୍ୟବହାର ପାଇଁ ଉପଯୋଗୀ  ହୋଇ ପାରୁନାହିଁ ।  ଏହି ଗାଁ ଦେଇ ଯାଇଥିବା( ବାଟିଆ)  କେନାଲରୁ  ପାଣି ନେଇ ଲୋକେ ଘରେ ବ୍ୟବହାର କରିଥାନ୍ତି । କିଛି ପରିବାର ଲୋକେ ପୋଖରୀରୁ ପାଣି ନେବି ବ୍ୟବହାର କରୁଥିବା କହିଛନ୍ତି । ଏହି ପାଣି ବ୍ୟବହାର କରି ବିଭିନ୍ନ କାଛୁ କୁଣ୍ଡିଆ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଥିବା ଗ୍ରାମବାସୀ କହିଛନ୍ତି । ଏଠାରେ ଗୋଟିଏ ବୋର ମଧ୍ୟ ଖୋଲାଯାଇଛି କିନ୍ତୁ ବିଦ୍ୟୁତ ଥିଲେ ତାହା କାର୍ଯ୍ୟକାରୀ ହେଉଛି ନ ହେଲେ ବନ୍ଦ ରହୁଛି । ପ୍ରାୟ ସମୟ ବିଦ୍ୟୁତ ରହୁନଥିବାରୁ  ବୋରଟି କାମରେ ଲାଗୁନି ।
ଏହି ସମସ୍ୟାକୁ ନେଇ ପଞ୍ଚାୟତର ସରପଞ୍ଚ, ଗ୍ରାମ ସେବକ,  ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ସଂସ୍ଥା ଗ୍ରୀନଟେକ ନବୀକରଣୀୟ ଶକ୍ତି ସଂସ୍ଥା ପକ୍ଷରୁ ଲଗାଇଥିବା କାରିଗରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ହେଲେ ଶୁଣୁ ନଥିବା ଗ୍ରାମବାସୀ କହିଛନ୍ତି । ନିର୍ବାଚନ ସମୟରେ ଭୋଟ ହାତେଇବା ପାଇଁ ନେତା ମନ୍ତ୍ରୀଙ୍କ ଦେଖା ମିଳେ  ସେତେ ବେଳେ ବିଭିନ୍ନ ପ୍ରକାରର ଲାଳସା ଦେଖାଇ ଭୋଟ ନେଇଯାଇ ଜିତି ଯାଉଛନ୍ତି । ଜିତିଜବା ପରେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଓ  ଲାଳସା  କୁ ସମ୍ପୂର୍ଣ ଭୁଲି ଯାଉଛନ୍ତି । ଗ୍ରାମବାସୀଙ୍କୁ  ବିଶୁଦ୍ଧ ପାନୀୟ ନ ମିଳିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ ବୋଲି  ଗ୍ରାମର  ଲଚମ୍ପତି ପାଲକା, ନରସିଂହ ହୁଈକା, କର୍ଷିକା ଗୋବି, ପୂର୍ଣ୍ଣିମା କାଡ୍ର।କା,ପ୍ରତିମା କାଡ୍ର।କା, କର୍ଷିକା ଆସନ୍ତି, କର୍ଷିକା ରେଲୋ କହିଛନ୍ତି । ଏସମ୍ପର୍କରେ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ  ନିଲିମା ପ୍ରିୟଦର୍ଶନୀ ଦାସଙ୍କୁ ଯୋଗାଯୋଗ କଲେ କୌଣସି ଉତ୍ତର ମିଳି ପାରୁନାହିଁ ।

Comments are closed.