MEllora 950×100

ବୟସ ଅନୁଯାୟୀ କ୍ଷୀର ପିଇବାର ସଠିକ୍‌‌ ସମୟ

କ୍ଷୀରକୁ ସମ୍ପୂର୍ଣ୍ଣ ଆହାର ବୋଲି କୁହାଯାଏ। ଏଥିରେ ଆବଶ୍ୟକ ଅନୁଯାୟୀ, ପୋଷକ ତତ୍ତ୍ୱ ରହିଛି। ଯାହା ଶରୀରର ଅନେକ ଆବଶ୍ୟକତାକୁ ପୂରଣ କରିଥାଏ। ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ଏହି ସୁପରଫୁଡ୍‌‌ର ଆବଶ୍ୟକତା ରହିଛି। ଏଥିରେ କ୍ୟାଲସିୟମ, ପ୍ରୋଟିନ ଆଦି ଭରପୁର ମାତ୍ରାରେ ରହିଛି। ଏହା ଶରୀରର ଅନେକ ଆବଶ୍ୟକତାକୁ ପୂରଣ କରିବା ସହ ହାଡକୁ ମଜଭୂତ କରିଥାଏ। ମାତ୍ର ଅନେକ ଜାଣିନଥିବେ ବୟସ ଅନୁଯାୟୀ କ୍ଷୀର ପିଇବାର ସଠିକ୍‌‌ ସମୟ ବିଷୟରେ। ଜାଣନ୍ତୁ..
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁଯାୟୀ, ଏକ ଗ୍ଲାସ କ୍ଷୀର ପିଇବାର ସଠିକ୍‌‌ ସମୟ ରହିଛି। କାରଣ ବୟସ ଅନୁଯାୟୀ ସଭିଁଙ୍କ ଶରୀରର ଆବଶ୍ୟକତା ଭିନ୍ନ। ସେଭଳି ହଜମ କ୍ରିୟା କାହାର ଶୀଘ୍ର ତ କାହାର ଖାଦ୍ୟ ହଜମ ହେବାରେ ବିଳମ୍ବ ହୋଇଥାଏ। ଯେଉଁମାନଙ୍କର ହାଡ ଅଧିକ ଦୁର୍ବଳ, ସେମାନେ ଡାକ୍ତରଙ୍କ ପରାମର୍ଶରେ ଦିନକୁ ଥରେ ରୁ ଅଧିକ ଥର କ୍ଷୀର ସେବନ କରିପାରିବେ।
ଶିଶୁ – ଶିଶୁଙ୍କୁ ସର୍ବଦା ସକାଳ ସମୟରେ ଏକ ଗ୍ଲାସ କ୍ଷୀର ପିଇବାକୁ ଦିଅନ୍ତୁ। ଏହାଦ୍ୱାରା ସେମାନଙ୍କୁ ଦିନ ସାରା ଆବଶ୍ୟକ ଅନୁଯାୟୀ କ୍ୟାଲସିୟମ ମିଳିପାରିବ। ଶରୀରର ଆବଶ୍ୟକତା ପୂରଣ ହୋଇ ପାରିବ। ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ସହ ସେମାନଙ୍କୁ ଖେଳିବା, ବୁଲିବା ଓ ପାଠ ପଢିବା ପାଇଁ ମଧ୍ୟ ଶକ୍ତି ମିଳିଥାଏ।
ଯୁବକ-ଯୁବତୀଙ୍କ ପାଇଁ ସକାଳ ସମୟରେ କ୍ଷୀର ପିଇବା ଉଚିତ। କାରଣ ସକାଳ ସମୟରୁ ଯୁବକ-ଯୁବତୀଙ୍କୁ ବ୍ୟାୟାମ,କାର୍ଯ୍ୟାଳୟରେ କାମ କରିବା ଆଦି କରିବାକୁ ପଡିଥାଏ। ତେଣୁ ସକାଳ ସମୟରେ କ୍ଷୀର ପିଇବା ଉଚିତ।
ବୟସ୍କ- ବୟସ ବଢିବା ସହ ଶରୀର ଧିରେ ଧିରେ ଦୁର୍ବଳ ହୋଇଥାଏ। ଏହି କାରଣରୁ ବୟସ୍କ ଲୋକେ କମ୍‌‌ କାମ କରି ମଧ୍ୟ ହାଲିଆ ହୋଇ ଯାଆନ୍ତି। ତେଣୁ ବୟସ୍କ ଲୋକଙ୍କୁ ସନ୍ଧ୍ୟା ସମୟରେ କ୍ଷୀର ପିଇବା ଉଚିତ।
କିଛି ଲୋକେ ରାତି ସମୟରେ କ୍ଷୀର ପିଇବାକୁ ପସନ୍ଦ କରିଥାଆନ୍ତି। ଯେଉଁମାନଙ୍କୁ ରାତିରେ ଭଲ ନିଦ ହୋଇନଥାଏ, ସେମାନେ ରାତିରେ କ୍ଷୀର ପିଇବା ଉଚିତ। ଏଭଳି କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ରାତିରେ ଭଲ ନିଦ ହୋଇଥାଏ।

Comments are closed.