ପଥରବନ୍ଧ ବସ୍ତିରେ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ବର: କରୋନା ମହାମାରୀରେ ସାରା ବିଶ୍ୱ ସ୍ତବ୍ଧ ଓ ସାରା ମାନବ ସମାଜ ନିଃସହାୟ। ଏ ଦେଶର ମୁଖ୍ୟ ସମସ୍ୟା ଆର୍ଥିକ ବ୍ୟବସ୍ଥାକୁ ହଲେଇ ଦେଇଥିବାବେଳେ ଏହି ସମୟରେ ଗରୀବ ନିମ୍ନ ଶ୍ରେଣୀର ଲୋକମାନେ ଅସୁବିଧା ଅନାଟନରେ ସମୟ ବିତାଉଛନ୍ତି। ନା ହାତରେ ଟଙ୍କା ଅଛି ନା କର୍ମ କରିବାକୁ କିଛି ବାଟ। ଏହି ସବୁ ଆଖି ନଜରରେ ରଖି ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦେଶରେ ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ବର୍ତ୍ତମାନ ସମୟରେ ୱାର୍ଡ଼ ନମ୍ବର ୧୭, ପଥରବନ୍ଧ ସ୍ଥିତ ମଝିସାହି ସାନ୍ତାଳ ସାହିରେ ସୁଶାନ୍ତ କୁମାର ରାଉତଙ୍କ ନି​‌େ​‌ର୍ଦଶରେ ଶୁଖିଲା ଖାଦ୍ୟ ସହ ସାନିଟାଇଜର, ସାବୁନ, ମାକ୍ସ ମଧ୍ୟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲା କମିଟି ସମ୍ପାଦକ ଭୋଳା ନାଥ ମହାରଣାଙ୍କ ନେତୃତ୍ୱରେ, ୱାର୍ଡ଼ ସଭାପତି ବାଦଲ ଦାସ୍, ମହିଳା ସଂଘର ଦ୍ରୌପଦୀ ଦେବୀ, ସୁନାମଣି ଦାସ, ଭାରତୀ ରେଡ୍ନୀ, ନସୀମ୍ ବାନୁ, କବିତା ମହାନ୍ତି ଯୁବକ ସଂଘର ବ୍ୟକ୍ତି ସହଯୋଗର ହାତ ବଢ଼ାଇଥିଲେ।

Comments are closed.