ସୀମାନ୍ତରେ ଅଶାନ୍ତ ମାଓବାଦୀ, ଘରୁ ଡାକି ନେଇ ଡିଆରଜି ଯବାନଙ୍କୁ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ ରକ୍ତମୁଖା ମାଓବାଦୀ, ପୁଣି ଏକ ହିଂସାକାଣ୍ଡ ଘଟାଇ ଉପସ୍ଥିତି ଜାହିର କରିଛନ୍ତି । ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଘରୁ ଡାକି ନେଇ ଜଣେ ଡିଆରଜି ଯବାନଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ, ଦରନାପଲ ଥାନା ଅନ୍ତର୍ଗତ ପେଟା ଗାଁର ଡିଆରଜି ଯବାନ ବେଢ଼ି ଭିମା ମଙ୍ଗଳବାର ଦିନ ନିଜ ଗାଁକୁ ଯାଇଥିଲେ । ରାତିରେ ନିଜ ଘରେ ଶୋଇଥିବା ସମୟରେ ପ୍ରାୟ ୧୦ ରୁ ୧୫ ଜଣ ମାଓବାଦୀ ଗାଁକୁ ଆସି ବନ୍ଧୁକ ଦେଖାଇ ଘରୁ ଉଠାଇ ନେଇଥିଲେ । ପରେ ଗାଁ ମୁଣ୍ଡ ରାସ୍ତାରେ ପଥରରେ ଛେଚିବା ସହ ଗଳା କାଟି ଯବାନଙ୍କୁ ହତ୍ୟା କରିଛନ୍ତି । ସେପଟେ ଘଟଣା ସଂପର୍କରେ ଖବର ପାଇ ସୁରକ୍ଷାକର୍ମୀ ପହଞ୍ଚି ଯାଞ୍ଚ ଆରମ୍ଭ କରିବା ସହ ଏହି ଅଞ୍ଚଳରେ କମ୍ବିଂ ଜାରି ରଖିଛନ୍ତି ।

Comments are closed.