ସ୍ୱପ୍ନ ଫାଉଣ୍ଡେସନ୍‍ ତରଫରୁ ପୋଷାକ ବଣ୍ଟନ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‍ ମହିସାଲଣ୍ଡା ପଞ୍ଚାୟତର ଆମ୍ବିଳିଝରୀ ଗ୍ରାମସ୍ଥିତ ଅସହାୟ ମହିଳା ଆଶ୍ରମରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱପ୍ନ ଫାଉଣ୍ଡେସନ୍‍ ତରଫରୁ ନୂତନ ବସ୍ତ୍ର, ଜୋତା ଓ ପ୍ରସାଧନ ସାମଗ୍ରୀ ବଣ୍ଟନ କରାଯାଇଛି। ଫାଉଣ୍ଡେସନ୍‍ର ମୁଖ୍ୟ ସୁଧାଂଶୁ ପାତ୍ରଙ୍କ ନେତୃତ୍ୱରେ ସଦସ୍ୟମାନେ ଆଶ୍ରମର ଅସହାୟ ମହିଳା ଓ ଯୁବତୀ , ଝିଅ ତଥା ଆଶ୍ରମ ସଂଲଗ୍ନ ବିଭିନ୍ନ ସାହିବସ୍ତିର ଝିଅ ମାନଙ୍କ ସହିତ ଭାବ ବିନିମୟ କରିବା ସହିତ ଆଗାମୀ ରଜପର୍ବ ଉପଲକ୍ଷେ ସମସ୍ତଙ୍କୁ ନୂତନ ବସ୍ତ୍ର , ବିଭିନ୍ନ ପ୍ରସାଧନ ସାମଗ୍ରୀ ,ଜୋତା ଆଦି ବଣ୍ଟନ କରିବା ସହିତ ଖାଦ୍ୟ ପୁଡ଼ିଆ ବଣ୍ଟନ କରିଥିଲେ।

Comments are closed.