ଏସବୁ ସ୍ବପ୍ନ ଦେଖୁଛନ୍ତି କି? ତେବେ ଖୁବ୍‌ଶୀଘ୍ର ହୋଇପାରେ ଆପଣଙ୍କ ବିବାହ

ସାଧାରଣତଃ ଅଧିକାଂଶ ସମୟରେ ଆମେ ଶୋଇବା ପରେ ସ୍ବପ୍ନ ଦେଖିଥାଉ। ହେଲେ ଖୁବକମ୍ ଲୋକ ଏ ବିଷୟରେ ଅବଗତ ଯେ ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ। ଅର୍ଥାତ୍ ଆମେ ଦେଖୁଥିବା ସ୍ବପ୍ନ ଆମକୁ କିଛି ନା କିଛି ସଙ୍କେତ ଦେଇଥାଏ। ସେହିପରି କିଛି ସ୍ବପ୍ନ ରହିଛି, ଯାହା ଖୁବ୍ଶୀଘ୍ର ବିବାହ ହେବାର ସଙ୍କେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା ବିବାହ ବୟସରେ କେଉଁ ସ୍ବପ୍ନ ଦେଖିଲେ ଆପଣ ଜାଣିବେ ଯେ ଖୁବ୍ଶୀଘ୍ର ଆପଣ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି –

– ଯଦି ଆପଣ ସ୍ବପ୍ନରେ ମୟୂର ପୁଚ୍ଛ କିମ୍ବା ବଇଁଶୀ ଦେଖୁଛନ୍ତି, ତେବେ ଏହା ଖୁବଶୀଘ୍ର ଆପଣଙ୍କ ବିବାହ ହେବାର ସଙ୍କେତ ଦେଇଥାଏ।
– କୌଣସି ଯୁବତୀ ଜଣେ ଯୁବକ ସହିତ ବୁଲୁଥିବାର ସ୍ବପ୍ନ ଯଦି ଆପଣ ଦେଖନ୍ତି, ତେବେ ଆପଣଙ୍କ ଘରେ ଖୁବଶୀଘ୍ର ଶାହାନାଇ ବାଜିବ।
– ଯଦି ଆପଣ ସ୍ବପ୍ନରେ ସୁନ୍ଦର ପୋଷାକ ଦେଖୁଛନ୍ତି, ତେବେ ଏହା ଆପଣଙ୍କୁ ସୁନ୍ଦର ଏବଂ ସୁଶୀଳ ପତ୍ନୀ ପ୍ରାପ୍ତି ହେବ ବୋଲି ସଙ୍କେତ ଦେଇଥାଏ।
– ଯଦି ଆପଣ ସ୍ବପ୍ନରେ ସୁନାର ଗିଫ୍ଟ ପାଉଥିବା ଦେଖୁଛନ୍ତି, ତେବେ ଭାବିନିଅନ୍ତୁ ଆପଣଙ୍କ ବିବାହ ଖୁବଶୀଘ୍ର ହେବାକୁ ଯାଉଛି।
– ସ୍ବପ୍ନରେ ଯଦି ପ୍ରେମୀ ଯୁଗଳ ବଗିଚାରେ ବୁଲୁଥିବାର ଦେଖନ୍ତି, ତେବେ ପ୍ରେମ ସମ୍ପର୍କକୁ ନେଇ ଶୀଘ୍ର ସଫଳତା ମିଳିବ।

Comments are closed.