ଡ୍ରିମ୍‌-୧୧ ହେଲା ୨୦୨୦ ‘ଆଇପିଏଲ’ର ଟାଇଟଲ୍‌ ପ୍ରାୟୋଜକ

ନୂଆଦିଲ୍ଲୀ : ଡ୍ରିମ୍‌-୧୧ ହେଲା ୨୦୨୦ର ଆଇପିଏଲ୍ ଟାଇଟଲ୍‌ ପ୍ରାୟୋଜକ। ନୂଆ ଟାଇଟଲ ପ୍ରାୟୋଜନ ପାଇଁ ବିସିସିଆଇ ପକ୍ଷରୁ ଟେଣ୍ଡର ଆହ୍ୱାନ କରିଯାଇଥିଲା । ଆଇପିଏଲ୍‍ର ଟାଇଟଲ ପ୍ରାୟୋଜନ ପାଇଁ ବହୁ ଭାରତୀୟ କମ୍ପାନୀ ଆଗଭର ଥିଲେ। ଯେଉଁଥିରେ ଟାଟା ସନ୍‍ସ, ପତଞ୍ଜଳି ଆୟୁର୍ବେଦ, ବାଇଜୁସ୍‍, ଅନ୍‍ଏକାଡେମୀ ଓ ଅନ୍‍ଲାଇନ୍‍ ଗେମିଂ ୱେବ୍‍ସାଇଟ୍‍ ଡ୍ରିମ୍‍ ୧୧ ସାମିଲ ଥିଲେ। କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ଅନ୍‍ଲାଇନ୍‍ ଗେମିଂ ୱେବ୍‍ସାଇଟ୍‍ ଡ୍ରିମ୍‍ ୧୧ ବିସିସିଆଇକୁ ୨୨୨ କୋଟି ଦେଇ ଆଇପିଏଲ ଟାଇଟଲ୍‌ ପ୍ରୟୋଜକ ହାତେଇଥିବା ସୂଚନା ଦେଇଛନ୍ତି ଆଇପିଏଲ ଚେୟାରମେନ୍ ବିଜେଶ ପଟେଲ।

ସୂଚନାଯୋଗ୍ୟ ଚୀନ୍‍ର ମୋବାଇଲ୍‍ ଫୋନ୍‍ ନିର୍ମାତା କମ୍ପାନୀ ଭିଭୋ ଚଳିତବର୍ଷ ପାଇଁ ଆଇପିଏଲ୍‍ର ଟାଇଟଲ ପ୍ରାୟୋଜନରୁ ଓହରି ଯାଇଥିଲା। ଭାରତ-ଚୀନ୍‍ ସୀମା ବିବାଦ ପରେ ଚୀନ୍‍ ସାମଗ୍ରୀକୁ ଦେଶରେ ପ୍ରବଳ ବିରୋଧ ପରେ ଭିଭୋ-ବିସିସିଆଇ ଗୋପନ ରାଜିନାମା ବଳରେ ଏପରି ହୋଇଛି। ଚଳିତବର୍ଷ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆଇପିଏଲ୍‍ ଖେଳାଯିବ। ଏହି ସଂସ୍କରଣ ଲାଗି ଆଉ ଏକ ଟାଇଟଲ ପ୍ରାୟୋଜକ ଖୋଜୁଥିଲା ବିସିସିଆଇ। ଭିଭୋ ବିସିସିଆଇକୁ ବାର୍ଷିକ ୪୪୦ କୋଟି ଟଙ୍କା ଦେଉଥିବା ବେଳେ କେବଳ ୪ ମାସ ଟାଇଟଲ ପ୍ରାୟୋଜକ ହେବା ପାଇଁ କୌଣସି କମ୍ପାନୀ ଏତେ ଅର୍ଥ ଦେବେନାହିଁ। ତେବେ ଏହାର ୫୦/୬୦ ପ୍ରତିଶତ ମଧ୍ୟ ବିସିସିଆଇ ପାଇଁ ଗ୍ରହଣୀୟ ହେବ। ନୂଆ ଟାଇଟଲ ପ୍ରାୟୋଜନ ପାଇଁ ଟେଣ୍ଡର ଆହ୍ୱାନ କରିଥିଲା ବିସିସିଆଇ।

Comments are closed.