ଆସନ୍ତା ୩ ମାସରେ ଡିଆରଡିଓ ସ୍ଥାପନ କରିବ ୫୦୦ଟି ମେଡିକାଲ ଅମ୍ଳଜାନ କେନ୍ଦ୍ର

ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ପ୍ରତିଷ୍ଠାନ, ଡିଆରଡିଓ ଆସନ୍ତା ୩ ମାସ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ୫୦୦ଟି ମେଡିକାଲ ଅମ୍ଳଜାନ କେନ୍ଦ୍ର ସ୍ଥାପନ କରିବ। ପିଏମ କେୟାର୍ସ ପାଣ୍ଠି ସହାୟତାରେ ଏହି କେଣ୍ଡାଗୁଡିକ ସ୍ଥାପନ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ହାଲୁକା ଯୁଦ୍ଧ ବିମାନ ତେଜସରେ ଅମ୍ଳଜାନ ଉତ୍ପାଦନ ପାଇଁ ଡିଆରଡିଓ ବିକଶିତ କରିଥିବା ମେଡିକାଲ ଅମ୍ଳଜାନ ଜ୍ଞାନ କୌଶଳ ବ୍ୟବସ୍ଥା ବ୍ୟବହାର କରାଯାଇ ଏହି କେନ୍ଦ୍ରଗୁଡିକ ସ୍ଥାପନ କରାଯିବ।

ଡିଆରଡିଓ ନିଜର ବିକଶିତ ଜ୍ଞାନ କୌଶଳ ବ୍ୟବହାର କରି କୋଭିଡ ରୋଗୀଙ୍କ ଅମ୍ଳଜାନ ଆବଶ୍ୟକତା ପୁରାଣ ପାଇଁ ନେଇଥିବା ପଦକ୍ଷେପ ପ୍ରଶଂସୀୟ ବୋଲି ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି।

Comments are closed.