ଡିଆରଡିଓକୁ ବଡ଼ ସଫଳତା; ହାଇପରସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେହିକଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ଵର: ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ(ଡିଆରଡିଓ) ପକ୍ଷରୁ ବୁଦବାର ବାଲେଶ୍ଵର ଜିଲାର ଚାନ୍ଦିପୁରସ୍ଥିତ ଆଇଟିଆରର ୪ ନମ୍ବର ଲଞ୍ଚପ୍ୟାଡରୁ ହାଇପରସୋନିକ ଟେକ୍ନୋଲୋଜି ଡେମନଷ୍ଟ୍ରେଟର ଭେହିକଲ(ଏଚଏସଟିଡିଭି)ର ସଫଳ ପରୀକ୍ଷଣ କରାଯାଇଛି। ପୂର୍ବାହ୍ନ ୧୧ଟା ୨୨ରେ ଭାରତୀୟ ପ୍ରତିରକ୍ଷା ବିଭାଗ ସଚିବଙ୍କ ଉପସ୍ଥିତିରେ ଏହାର ପରୀକ୍ଷଣ କରାଯାଇଥିଲା। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ହାଇପରସୋନିକ ଡେମନଷ୍ଟ୍ରେଶନ ଭେହିକିଲର ପରୀକ୍ଷଣ ସଫଳ ହେବା ପରେ ଏଣିକି ଭାରତ ଆକାଶ ମାର୍ଗରେ ଦୂରଗାମୀ ସୁପରସୋନିକ କ୍ରୁଜ ମିଜାଇଲ ଉତ୍‌କ୍ଷେପଣ କରିବା ସହିତ କମ ଖର୍ଚ୍ଚରେ ମହାକାଶକୁ ଉପଗ୍ରହ ପ୍ରେରଣ କରିପାରିବ। ଏହି ଏୟାରକ୍ରାଫ୍ଟର ଲମ୍ବ ୫.୬ ମିଟର ଏବଂ ଚଉଡ଼ା ୩.୭ ମିଟର ରହିଛି। ଏଥିରେ ଡବଲ ସ୍କ୍ରାମଜେଟ୍‌ ଇଞ୍ଜିନ ବ୍ୟବହାର କରାଯାଇଛି। ଫଳରେ ଏହା ଶବ୍ଦର ଗତିଠାରୁ ୪ ଗୁଣ ଅଧିକ ବେଗରେ ଯିବାର କ୍ଷମତା ରଖିଛି। ଏଥିରେ ୧ ମେଟ୍ରିକ ଟନ ଓଜନର ଉଭୟ ଅଣୁ ଓ ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରାଯାଇପାରିବ। ସମୁଦ୍ର ପତ୍ତନଠାରୁ ୩୨.୫ କିଲୋମିଟର ଉପରେ ଶତ୍ରୁପକ୍ଷର ସମସ୍ତ କ୍ଷେପଣାସ୍ତ୍ରକୁ ଏହା ଟାର୍ଗେଟ କରିବାରେ ସଫଳ ହେବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି।

Comments are closed.