ଲେଜର-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲର ସଫଳ ପରୀକ୍ଷଣ

୩ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ କରି ନିମିଷକେ ମଧ୍ୟରେ ଧ୍ଵସ୍ତ କରିବାର କ୍ଷମତା

ନୂଆଦିଲ୍ଲୀ : ଗୋଟେ ପଟେ ଏଲଏସିରେ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ସ୍ଥତି ସୃଷ୍ଟି ହୋଇଥିବାବେଳେ ଭାରତ ପ୍ରତିଦିନ କିଛି ନା କିଛି ନୂତନ ଯୁଦ୍ଧାସ୍ତ୍ରର ପରୀକ୍ଷଣ କରୁଛି। ପ୍ରତିରକ୍ଷା ଗବେଷଣା ବିକଶିତ ସଂଗଠନ(ଡିଆରଡିଓ) ମଙ୍ଗଳବାର ଆଉ ଏକ ପ୍ରମୁଖ ସଫଳତା ହାସଲ କରିଛି। ଡିଆରଡିଓ ସଫଳତାର ସହ ଏମବିଟି ଅର୍ଜୁନ ଟ୍ୟାଙ୍କରୁ ଲେଜର-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲର ସଫଳ ପରୀକ୍ଷଣ କରିଛି। ଡ଼ିଆରଡିଓ କହିଛି ଯେ, ଏହି କ୍ଷେପଣାସ୍ତ୍ରର ୩ କିଲୋମିଟର ଦୂରରୁ ଲକ୍ଷ୍ୟଭେଦ କରି ନିମିଷକ ମଧ୍ୟରେ ସତ୍ରୁ ପକ୍ଷର ଟ୍ୟାଙ୍କ୍‌କୁ ଧ୍ଵସ୍ତ କରିବାର କ୍ଷମତା ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ଉପଲବ୍ଧି ନେଇ ଡିଆରଡିଓର ସମ୍ପୁର୍ଣ୍ଣ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି।

ରାଜନାଥ ସିଂ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଏମବିଟି ଅର୍ଜୁନ ଟ୍ୟାଙ୍କରୁ ଲେଜର-ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲର ସଫଳ ପରୀକ୍ଷଣ ପାଇଁ ଡ଼ିଆରଡ଼ିଓକୁ ଅଭିନନ୍ଦନ।

Comments are closed.