ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ ଲକ୍ଷ୍ୟଭେଦର ସଫଳ ପରୀକ୍ଷା

ବାଲେଶ୍ବର : ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଦ୍ରୁତ ଗତି ସମ୍ପନ୍ନ ତଥା ଚାଳକ ବିହୀନ ‘ଅଭ୍ୟାସ’ ପ୍ରତିରୂପ କ୍ଷେପଣାସ୍ତ୍ର(ଡମି ମିଶାଇଲ)ର ସଫଳ ପରୀକ୍ଷା କରାଯାଇଛି । ପୂର୍ବରୁ ବଂଶୀ ନାମକ ଏକ ଚାଳକ ବିହୀନ ପ୍ରତିରୂପ କ୍ଷେପଣାସ୍ତ୍ର ପ୍ରଥମେ ଆକାଶ ମାର୍ଗକୁ ନିକ୍ଷେପ କରାଯିବା ପରେ ତାକୁ ଲକ୍ଷ୍ୟ ଭେଦ କରୁଥିଲା ଅସଲି କ୍ଷେପଣାସ୍ତ୍ର। ତେବେ ଏବେ ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ ପ୍ରତିରୂପ କ୍ଷେପଣାସ୍ତ୍ରର ପରୀକ୍ଷା ପରେ ଅସଲ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ଅଧିକ ସଠିକ ହୋଇପାରିବ ଓ ନିର୍ଭୁଲ ହୋଇ ପାରିବ । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପରୀକ୍ଷା କରାଯାଇଥିଲା। ଏହାର ଉଡ଼ାଣ ସମ୍ପୂର୍ଣ୍ଣ ସଫଳ ହୋଇଥିବା ବିଭାଗ ସୂତ୍ରରୁ ଜଣାଯାଇଛି। ‘ଅଭ୍ୟାସ’ ହେଉଛି ଚାଳକ ବିହୀନ ଦ୍ରୁତଗାମୀ ଲକ୍ଷ୍ୟଭେଦ ପ୍ରତିରୂପ(ଡମି) ଯାହା ରାଡାର ଓ ଇଲେକଟ୍ରୋ ଅପଟିକ ସିଷ୍ଟମ ଦ୍ୱାରା ପରିଚାଳିତ ହୋଇଥାଏ। ‘ଅଭ୍ୟାସ’ ଏକ ଛୋଟ ଗ୍ୟାସ ଟର୍ବାଇନ ଇଞ୍ଜିନ ଓ ଏହା ଏମଇଏମଏସ ନାଭିଗେସନ ସିଷ୍ଟମରେ କାମ କରିଥାଏ। ପରୀକ୍ଷା ସମୟରେ ଧ୍ୱନି ବେଗରେ ପୂର୍ବ ନିର୍ଦ୍ଧାରିତ ଉଡ଼ାଣ ପଥରେ ଏକ ଭୂମି ଆଧାରିତ ନିୟନ୍ତ୍ରକରୁ ଲକ୍ଷ୍ୟ ସ୍ଥଳକୁ ଉତକ୍ଷେପଣ କରାଯାଇଥିଲା। ବିଭିନ୍ନ କ୍ଷେପଣାସ୍ତ୍ର ପ୍ରଣାଳୀର ସଫଳ ପରୀକ୍ଷା, ମୂଲ୍ୟାୟନ ପାଇଁ ଏହି ଯାନକୁ ଏକ ବିମାନ ଲକ୍ଷ୍ୟଭେଦ ଭାବରେ ବ୍ୟବହାର କରାଯାଇ ପାରିବ।

‘ଅଭ୍ୟାସ’ର ସଫଳ ପରୀକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.