ପୋଖରୀରେ ବୁଡ଼ି ଭାଇଭଉଣୀ ମୃତ

ରାଜକନିକା: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅନ୍ତର୍ଗତ କାଟଣା ବଣିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡାଏଣିଗିରି ଗ୍ରାମରେ ଅଭାନୀୟ ଘଟଣା ଘଟିିଛି। ପୋଖରୀରେ ବୁଡି ଦୁଇ ଜଣ ଶିଶୁ ମୃତ୍ୟୁବରଣ କରିଛନ୍ତି। ଉଭୟ ସମ୍ପର୍କରେ ଭାଇ ଓ ଭଉଣୀ।
ସୂଚନା ଅନୁଯାୟୀ, ଡାଏଣିଗିରି ଗ୍ରାମର ବିନ ବେହେରାଙ୍କ ୬ବର୍ଷର ଝିଅ ଏବଂ ୩ ବର୍ଷର ପୁଅ ଉଭୟ ଖେଳୁ ଥିବାବେଳେ କୌଣସି କାରଣରୁ ନିକଟରେ ଥିବା ପୋଖରୀ ପଡି ବୁଡି ଯାଇଥିଲେ। ଶିଶୁ ଦୁଇଜଣ ବୁଡି ଯାଉଥିବା ଜାଣିବା ପରେ ପରିବାର ଲୋକ ଏବଂ ଗ୍ରାମର କିଛି ଲୋକ ଶିଶୁ ଦୁହିଁଙ୍କୁ ପୋଖରୀରୁ ଉଦ୍ଧାର କରିଥିଲେ। ପରେ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ଡ଼ାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ, ଦୁଇ ଶିଶୁଙ୍କ ବିୟୋଗ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।