ଉତ୍ତରପୁରୁଷ ନାଟ୍ୟ କର୍ମଶାଳା ଉଦଯାପିତ

ଉତ୍ତରପୁରୁଷ ନାଟ୍ୟସଂସ୍ଥା ଆୟୋଜିତ ନାଟ୍ୟ କର୍ମଶାଳା ରଂଗଭାରତୀର ଉଦଯାପନୀ ସମାରୋହ ଆଜି ସନ୍ଧ୍ୟାରେ ଉତ୍କଳ କରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨୧ ଦିନ ଧରି ଏହି କର୍ମଶାଳାରେ ୨୦ ଜଣ ପ୍ରଶିକ୍ଷୁ ଯୋଗ ଦେଇଥିଲେ। ଆଜି ସନ୍ଧ୍ୟାରେ ପ୍ରଖ୍ୟାତ ସାହିତ୍ୟିକ ମନୋଜ ଦାସଙ୍କ ରଚିତ ଗଳ୍ପ ‘ଶେଷ ପସନ୍ଦ’ ନାଟ୍ୟଭିନୟ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟନାୟକ, ନିର୍ଦ୍ଦେଶକ ହରେନ ସାହୁ, ଅଧ୍ୟାପକ ନାରାୟଣ ସାହୁ, ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହରି ପଟନାୟକ ଓ କର୍ମଶାଳାର ନିର୍ଦ୍ଦେଶକ ଚୌଧୁରୀ ଜୟପ୍ରକାଶ ଦାସ ଯୋଗ ଦେଇଥିଲେ। ନାଟକ ଜୀବନ ଜିଇଁବାରେ ସାହାଯ୍ୟ କରେ। ଶିକ୍ଷା ଏକ ସମୁଦ୍ର ପରି, ଶିକ୍ଷାର ଶେଷ ନଥାଏ। ନାଟକ ଜୀବନକୁ ଗଢ଼ିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଉତ୍ତରପୁରୁଷର ସମ୍ପାଦକ ପ୍ରସନ୍ନ ମିଶ୍ର ଅତିଥି ପରିଚୟ ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ଦେବଦତ୍ତ ପତି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଶେଷରେ ଚକ୍ରଧର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.