ଡାକ୍ତର ତୁଷାର କର ପାଇବେ ଲଣ୍ଡନର ରୟାଲ କଲେଜ ଫେଲୋସିପ୍‍

କଟକ: ଲଣ୍ଡନର ରୟାଲ କଲେଜ ଅଫ୍‍ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପକ୍ଷରୁ ଚଳିତ ବର୍ଷ ଭାରତର ବିଶେଷଜ୍ଞ ଭାବେ ପ୍ରଫେସର ଡା. ତୁଷାର କରଙ୍କୁ ଫେଲୋସିପ୍‍ ପ୍ରଦାନ କରାଯିବାକୁ ମନୋନୀତ କରାଯାଇଛି। ସ୍ତ୍ରୀରୋଗ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲଣ୍ଡନଠାରେ ୨୦୨୨ ସେପ୍ଟେମ୍ବରରେ ହେବାକୁ ସମ୍ମିଳନୀରେ ଡାକ୍ତର କରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଲଣ୍ଡନର ରୟଲ କଲେଜ ଅଫ୍‍ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ପକ୍ଷରୁ ପ୍ରତିବର୍ଷ ୧୦ ଜଣ ବିଶେଷଜ୍ଞଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ତେବେ ଓଡ଼ିଶାରୁ ଏହି ସମ୍ମାନ ପାଇବା ପାଇଁ ଡାକ୍ତର କର ପ୍ରଥମ ହେବାର ଗୌରବ ଅର୍ଜନ କରିଛନ୍ତି। ଅଧୁନା ସେ ଏସ୍‍ସିବି ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗର ବିଭାଗୀୟ ମୁଖ୍ୟ ତଥା ଓଡ଼ିଶା ସ୍ତ୍ରୀରୋଗ ବିଶେଷଜ୍ଞ ସଂଘର ସଭାପତି ଭାବେ କାର୍ଯ୍ୟରତ।

Comments are closed.