ଡଃ ସୁଶୀ ସିଂହ ମହିଳା ଉଦ୍ୟୋଗ ଦିବସ ସଂଗଠନର ଭାରତୀୟ ରାଷ୍ଟ୍ରଦୂତ ନିଯୁକ୍ତ

ମହିଳା ଉଦ୍ୟୋଗ ଦିବସ ସଂଗଠନ ଭାରତର ଉତ୍ତରାଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ଡଃ ସୁଶୀ ସିଂହଙ୍କୁ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରିଛି। ମହିଳା ଉଦ୍ୟୋଗ ଦିବସ ଚଳିତ ବର୍ଷ ନଭେମ୍ବର ୧୯ରେ ସର୍ବଭାରତୀୟ ସ୍ତରରେ ପାଳନ କରାଯିବ ଏବଂ ଏହା ହେଉଛି ବିଶ୍ୱର ସର୍ବ ବୃହତ ତୃଣମୂଳ ସ୍ତରର ଆନ୍ଦୋଳନ ଏବଂ ଅଭିଯାନ ଯାହାକି ମହିଳାମାନଙ୍କୁ ସମର୍ଥନ ଏବଂ ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ।

ମହିଳା ଉଦ୍ୟୋଗ ଦିବସ ସଂଗଠନ ରାଷ୍ଟ୍ରଦୂତମାନେ ବିଶ୍ଵବ୍ୟାପୀ କାର୍ଯ୍ୟ କରନ୍ତି ଏବଂ ମହିଳା ଏବଂ ବାଳିକାମାନଙ୍କୁ ଷ୍ଟାର୍ଟଅପ୍ ଆରମ୍ଭ କରିବା ତଥା ମହିଳା ଉଦ୍ୟୋଗୀମାନଙ୍କୁ ଅର୍ଥନୀତିରେ ସକ୍ରିୟ ଅଂଶଗ୍ରହଣକାରୀ ହେବା ପାଇଁ ଉତ୍ସାହିତ କରନ୍ତି। ଏସିଆ ମହାଦେଶର ପ୍ରମୁଖ ଉଦ୍ୟୋଗପତିଙ୍କ ଦ୍ୱାରା ମନୋନୀତ ହେବା ଏବଂ ମହିଳା ଉଦ୍ୟୋଗ ଦିବସ ସଂଗଠନ ଦ୍ୱାରା ଚୟନ ହେବା ପରେ ଡଃ ସିଂହ କହିଛନ୍ତି ଯେ ମହିଳା ଉଦ୍ୟୋଗ ଦିବସ ସଂଗଠନ ପାଇଁ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିବାରୁ ସେ ମହିଳା ସଶକ୍ତିକରଣ କ୍ଷେତ୍ରରେ ସୁନାମ ଆଣିବାକୁ ଚେଷ୍ଟା କରିବେ।

ସେ କହିଛନ୍ତି, ଜଣେ ମହିଳା ଭାବରେ ମୁଁ ଏହି ଦାୟିତ୍ୱକୁ ଅଧିକ ବୁଝିପାରୁଛି ଯେହେତୁ ମୁଁ ମୋର ବୃତ୍ତିଗତ କାର୍ଯ୍ୟରୁ ଶିକ୍ଷା ଲାଭ କରିଛି। ଚଳିତ ବର୍ଷ ଏହି ସଂଗଠନର ପ୍ରସଙ୍ଗ ରହିଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଫିଣ୍ଟେକ୍ ଏବଂ ବ୍ଲକ୍ ଚେନ୍ ଟେକ୍ନୋଲୋଜିର ପ୍ରଭାବ, ବିଶ୍ୱ ସ୍ତରରେ ଘଟୁଥିବା ବ୍ୟାଘାତ ଏବଂ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା।

Comments are closed.