କରୋନା ଯୋଦ୍ଧା ଘୋଷିତ ହେବେ ଡା. ଜାଭେଦ୍ ଅଲି : ଏକ କୋଟି କ୍ଷତିପୂରଣ ଦେବେ ସରକାର

ନୂଆଦିଲ୍ଲୀ : ଚୁକ୍ତିଭିତ୍ତିକ ଡାକ୍ତର ଜାଭେଦ୍ ଅଲି (୪୨)ଙ୍କର ଦିଲ୍ଲୀ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ବେଗମ୍ପୁରର ଏକ ଡାକ୍ତରଖାନାରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ମୃତ୍ୟୃୁ ପରେ ଡ. ଅଲିଙ୍କୁ କରୋନା ଯୋଦ୍ଧା ଘୋଷିତ କରାଯିବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ବୁଧବାର ଘୋଷଣା କରିଛନ୍ତି।

ସତ୍ୟେନ୍ଦ୍ର ଜେନ କହିଛନ୍ତି ଯେ, ଦିଲ୍ଲୀ ସରକାରଙ୍କ ନିୟମ ଅନୁଯାୟୀ ଡ. ଅଲି କୋଭିଡ ଡ୍ୟୁଟିରେ ଥିଲେ। ତାଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ବ୍ୟତୀତ ସେମାନଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ମଧ୍ୟ ଦିଆଯିବ।
ଏଆଇଏମ୍ଏସ୍ ହସ୍ପିଟାଲର ଡକ୍ଟର ବିଜୟ ଗୁରୁଜାର କହିଛନ୍ତି ଯେ, ଡକ୍ଟର ଜାଭେଦ୍ ଦିଲ୍ଲୀ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ବେଗପୁରର ଏକ ଡାକ୍ତରଖାନାରେ ଚୁକ୍ତିରେ କାମ କରୁଥିଲେ। ମାର୍ଚ୍ଚ ମାସରୁ ସେ କୋଭିଡ -୧୯ ଡ୍ୟୁଟିରେ ଥିଲେ। ସେ ୨୪ ଜୁନ୍ ରେ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଥିଲା। ସୋମବାର ସକାଳେ ଏମଏସ୍ ଟ୍ରମା ସେଣ୍ଟରରେ ତାଙ୍କର ମୃତ୍ୟୁ ଘଟିଛି।

Comments are closed.