ଭାରତର ପ୍ରଥମ ମୋବାଇଲ ଆଇ-ଲାବ ଶୁଭାରମ୍ଭ କଲେ ଡଃ ହର୍ଷ ବର୍ଦ୍ଧନ

ଅଗମ୍ୟ ଅଞ୍ଚଳରେ କୋଭିଡ-୧୯ ପରୀକ୍ଷାରେ ସହାୟକ ହେବ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଦେଶର ପ୍ରଥମ ଭ୍ରାମ୍ୟମାଣ କରୋନା ସଂକ୍ରମଣ ନିଦାନ ପରୀକ୍ଷାଗାରର ଶୁଭାରମ୍ଭ କରିଛନ୍ତି । ଏହା ଦେଶର ଅଗମ୍ୟ ଅଞ୍ଚଳରେ ମୁତୟନ ହୋଇ ଦିନକୁ ୨୫ଟି କୋଭିଡ-୧୯ ଆରଟି-ପିସିଆର, ୩୦୦ ଏଲିସା, ରାଜଯକ୍ଷ୍ମା ଓ ଏଚଆଇଭି ପରୀକ୍ଷା କରିବ। କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ସେବା ଯୋଜନା ଦେୟ ଅନୁସାରେ ଏହା କାର୍ଯ୍ୟ କରିବ।  ଏହି ପରୀକ୍ଷାଗାର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧିନସ୍ଥ ଜୈବପ୍ରଯୁକ୍ତି ବିଦ୍ୟା ବିଭାଗର କୋଭିଡ କମାଣ୍ଡର ପରିସରଭୁକ୍ତ ରହିବ ।

ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କରୋନା ମହାମାରୀଜନିତ ବିଭିନ୍ନ ଅନ୍ଧବିଶ୍ଵାସକୁ ନେଇ ଏକ ମାର୍ଗଦର୍ଶିକା ଜାରି କରିଛି । ଏହି ମାର୍ଗଦର୍ଶିକା https://www.mohfw.gov.in/pdf/Guide to addressstigmaassociatedwithCOVID19.pdfରେ ଉପଲବ୍ଧ।

 

Comments are closed.