ଏମ୍ସର ପୂର୍ବତନ ନିର୍ଦ୍ଦେଶ ଡାକ୍ତର ଅଶୋକ ମହାପାତ୍ରଙ୍କ ଗୋପବନ୍ଧୁ ଚିକିତ୍ସାଳୟ ପରିଦର୍ଶନ

ଗୁରୁଡିଝାଟିଆ : ଖ୍ୟାତାନାମା ଚିକିତ୍ସକ ତଥା ନୂଆଦିଲ୍ଲୀ ଓ ଭୂବନେଶ୍ୱରର ଏମ୍ସର  ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ଗୁରୁବାର ଅପରାହ୍ନରେ ଲୋକ ସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟ ପରିଦର୍ଶନ କରିଥିଲେ । ଡାକ୍ତର ମହାପାତ୍ର ଚିକିତ୍ସାଳୟର ନିଦାନ ପରୀକ୍ଷା କେନ୍ଦ୍ର, ଅସ୍ତ୍ରୋପଚାର ଗୃହ, ଏମଆରଆଇ, ସିଟିସ୍କାନ, ସ୍ୱତନ୍ତ୍ର ପ୍ରଯତ୍ନ କେନ୍ଦ୍ର(ଆଇସିୟୁ), ରୋଗୀମାନଙ୍କ ପ୍ରକୋଷ୍ଠ ଆଦି ବୁଲିଦେଖିବା ସହ ଉପସ୍ଥିତ ଚିକିତ୍ସକଙ୍କ ସହିତ ଚିକିତ୍ସାଳୟର ରୋଗୀସେବା, ରୋଗୀଙ୍କୁ ଦିଆଯାଉଥିବା ସୁବିଧା ସଂପର୍କରେ ପଚାରି ବୁଝିଥିଲେ। ପ୍ରାକୃତିକ ପରିବେଶ ଭିତରେ ଗ୍ରାମାଞ୍ଚଳରେ ଗଢିଉଠିଥିବା ଏହି ଚିକିତ୍ସାଳୟର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳ ବୋଲି କହିବା ସହ ଅଧ୍ୟୟନରତ ନର୍ସିଂ ବିଦ୍ୟାର୍ଥୀଙ୍କ ସହିତ ମଧ୍ୟ ପାଠ୍ୟକ୍ରମ ସଂପର୍କରେ ପଚାରିବୁଝିଥିଲେ । ଡାକ୍ତର ମହାପାତ୍ର ପୁନର୍ବାର ଚିକିତ୍ସାଳୟକୁ ପରିଦର୍ଶନରେ ଆସିବେ ବୋଲି ପ୍ରତିଶୃତି ଦେଇଥିଲେ । ସାହ୍ୟିତିକ ରମାକାନ୍ତ ମିଶ୍ର, ସମାଜ ରିଲିଫ କମିଟି ସଦସ୍ୟ ଭବାନୀ ପ୍ରସାଦ ମିଶ୍ର, ଡାକ୍ତର ଅସୀତ କୁମାର ମଲ୍ଲିକ, ଡାକ୍ତର ବିକ୍ରମ କୁମାର ଷଡଙ୍ଗୀ ଓ ଡାକ୍ତର ଲୋକବନ୍ଧୁ ଦାସ ପ୍ରମୁଖ ପରିଦର୍ଶନ ସମୟରେ ଉପସ୍ଥିତ ରହିଥିଲେ।ପ୍ରାରମ୍ଭରେ ଅନୁଷ୍ଠାନ ପକ୍ଷରୁ ଡାକ୍ତର ଶ୍ରୀ ମହାପାତ୍ରଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Comments are closed.