ରାଜଧାନୀ ଭୁବନେଶ୍ବରରେ ଡବଲ ମର୍ଡର, ଘର ଭିତରୁ ମିଳିଲା ମା’ ଓ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ବରରେ ଡବଲ ମର୍ଡର। ତମାଣ୍ଡୋ ଥାନା ନାରଗଦା ଅଞ୍ଚଳରେ ଡବଲ ମର୍ଡର ହୋଇଥିବା ସୂଚନା ମିଳିଛି। ୧୦ବର୍ଷର ପୁଅ ଓ ସ୍ତ୍ରୀକୁ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ତମାଣ୍ଡୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ସୂଚନା ଅନୁଯାୟୀ ପୁଲିସ ଉଭୟଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବାକୁ ବ୍ୟବସ୍ଥା କରିଛି।

 

ଏହାପରେ ଘରକୁ ସିଲ୍ କରି ସହ ତଦନ୍ତ ଆରମ୍ଭ କରିଛି।  ଅନୁସନ୍ଧାନରେ ଯୋଗଦେବା ପାଇଁ ଏକ ଫୋରେନସିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳକୁ ଡକାଯାଇଛି। ତେବେ ହତ୍ୟାକାଣ୍ଡ ପରେ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Comments are closed.