‘ଦୋସ୍ତି ଫାଉଣ୍ଡେସନ୍‍’ ପକ୍ଷରୁ ବୃଦ୍ଧା ଆଶ୍ରମରେ ଚାରା ରୋପଣ

ଭୂବନେଶ୍ବର:ସାମାଜିକ ଅନୁଷ୍ଠାନ ‘ଦୋସ୍ତି ଫାଉଣ୍ଡେସନ୍‌’ ପକ୍ଷରୁ ସୁନ୍ଦରପଦା ନିକଟ ପିପୁଲ ଫାଉଣ୍ଡେସନର ବୃଦ୍ଧା ଆଶ୍ରମରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଶ୍ରମର ଅନ୍ତେବାସୀଙ୍କୁ ଲୁଗା ଓ ଖାଦ୍ୟ ବଣ୍ଟନ କରାଯାଇଅଛି। କାର୍ଯ୍ୟକ୍ରମରେ ଭୁବନେଶ୍ବର ଜୋନ୍‍-୨ ଏସିପି ବିଷ୍ଟୁ ପ୍ରସାଦ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସେହିପରି ନ୍ୟୁଜ୍‍-୭ର କମେଡ଼ି ଆଙ୍କର ରଞ୍ଜନ ଓଝା (ମାଗାନା ଓଳିକି), ଯୁବ ସାମ୍ବାଦିକ ଜିତେନ୍ଦ୍ର ସାହୁଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ସ୍ଥାନୀୟ ଅଞ୍ଚଳର ଲୋକେ ଉପସ୍ଥିତ ଥିଲେ। ‘ଦୋସ୍ତି ଫାଉଣ୍ଡେସନ’ର ଦୀଲିପ୍‍ କୁମାର ସ୍ୱାଇଁ, ମଧୂସ୍ମିତା ଆଚାର୍ୟ୍ୟ, ନୁସିଂହ ପଣ୍ଡା, ଗ୍ୟାନରଞ୍ଜନ ପ୍ରଧାନ, ଭାରତ ଭୂଷଣ ମହାନ୍ତି, ମୁନୁ ପାତ୍ର, ଯ୍ୟୋତି ପ୍ରିୟମ୍ବଦା, ସୁଭେନ୍ଦୁ ସେଖର, ଲଲିତ କୁମାର ପଟେଲ,ଅରୁଣ ପଟେଲ, ନନ୍ଦ କିଶୋର ପଟେଲ, କିଶୋର ବିଶ୍ୱାଳ, ଭାରତ ଭୂଷଣ,ପୁଷ୍ପଲତା ନାୟକ,ଯ୍ୟୋତି ପ୍ରତିହାରି, ସୁହାସିନି ଗୁଡ଼ି, ନିବେଦିତା ମହାପାତ୍ର, ସୁଶାନ୍ତ ମହାନ୍ତି, ଶରିତା ପଟ୍ଟନାୟକ, ସୁଲୋଚନା ମହାନ୍ତି, ଅମିଦା ପରିଡ଼ା, ମାନସ ରଞ୍ଜନ ପଣ୍ଡା ଓ ଅରୁଣ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ।

Comments are closed.