ଚଟ୍‍ପଟି ଦୋସା

ବିରି – ୪କପ
ମୁଗ ଡ଼ାଲି – ୧କପ
ବୁଟ ଡ଼ାଲି – ୧କପ
ଅଦା – ଅଳ୍ପ
ଜିରା – ୧ ଚାମଚ
କଞ୍ଚା ଲଙ୍କା – ୪ଟି
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ବିରି, ବୁଟ ଡ଼ାଲି, ମୁଗ ଡ଼ାଲିକୁ ରାତି ଯାକ ବତୁରାଇ ରଖି ଦିଅନ୍ତୁ। ଏହାପରେ ସମସ୍ତ ସାମଗ୍ରୀକୁ ଓ ଜିରା, କଞ୍ଚା ଲଙ୍କା, ଲୁଣ, ଅଦା ପକାଇ ଭଲ ଭାବେ ପେଷି ଆଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ବର୍ତ୍ତମାନ ଗ୍ୟାସରେ ଏକ ତାୱା ବସାଇ ଅଳ୍ପ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଆଣକୁ ତାୱାରେ ରଖି ଏହାର ଚାରି ପାଖରେ ହାଲକା ତେଲ ଦେଇ ଉଭୟ ପଟକୁ ଭଲ ଭାବେ ପ୍ରସ୍ତୁତ କରନ୍ତୁ। ଏହାକୁ ଏକ ପାତ୍ରକୁ କାଢି ଚଟଣି ସହ ଗରମାଗରମ ଖାଆନ୍ତୁ ଓ ମଜା ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟ୍‍ପଟି ଦୋସା।

Comments are closed.