MEllora 950×100

ଗର୍ଭାବସ୍ଥାରେ ଦେଶୀ ଘିଅ

ଗର୍ଭବତୀ ମହିଳା ଖାଦ୍ୟପାନୀୟକୁ ନେଇ ସତର୍କ ରହିବା ଦରକାର। ନଚେତ୍ ଉଭୟ ମା ଓ ଶିଶୁର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବା ଭୟ ରହିଛି। ବିଶେଷଜ୍ଞ ଦଳ ପରାମର୍ଶ ଦେଇଛନ୍ତି ଗର୍ଭବତୀମାନେ ଦୈନିକ ଅଳ୍ପ ପରିମାଣରେ ଦେଶୀ ଘିଅ ଖାଇବା ଭଲ।
ଏହି ସମୟରେ ଖାଦ୍ୟ ହଜମ ହେବା କଷ୍ଟକର, ଅମ୍ଳ ବି ହୁଏ। ସବୁ ପ୍ରକାର ସମସ୍ୟାର ଏକମାତ୍ର ଉପାୟ ହେଉଛି ଗୋଟିଏ ଚାମଚ​‌ ଦେଶୀ ଘିଅ ଦ୍ବିପହର ଭୋଜନରେ ଭାତରେ ମିଶାଇ ଖାଇବା।
ଦେଶୀ ଘିଅ ଖାଇଲେ ଗର୍ଭସ୍ଥ ଶିଶୁର ମାନସିକ ବିକାଶ ହେଉଥିବା ଅନୁଧ୍ୟାନ କହୁଛି।
ଗର୍ଭାବସ୍ଥା ସମୟରେ ଭୋକ ନ ହେଉଥିଲେ ଦେଶୀ ଘିଅ ଖାଇଲେ, ଧୀରେଧୀରେ ଭୋକ ହେବା ଆରମ୍ଭ ହୁଏ।
କେତେଜଣ ମହିିଳା ଗର୍ଭବତୀ ଥିବା ସମୟରେ ସେମାନଙ୍କ ଆଣ୍ଠୁଗଣ୍ଠି ଦରଜ, ବିନ୍ଧା ହୁଏ। ସେମାନେ ଦେଶୀ ଘିଅ ୧ଚାମଚ ଖାଇଲେ ସମସ୍ୟା ହୁଏନି।

Comments are closed.