ମକର ସଂକ୍ରାନ୍ତିରେ ଏହି କାର୍ଯ୍ୟ ବର୍ଜନୀୟ

ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହାର ଧାର୍ମିକ, ଜ୍ୟୋତିଷ ଓ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ଏହି ଦିନ ଦାନ, ସ୍ନାନ ଆଦିର ବହୁ ବିଶେଷ ମହତ୍ତ୍ୱ ରହିଛି। ମାତ୍ର ଏହି ଦିନରେ ଏପରି କେତେକ କାର୍ଯ୍ୟ ରହିଛି, ଯାହାକୁ କରିବାକୁ ବାରଣ କରାଯାଇଛି…..
ବହୁ ଲୋକଙ୍କ ଅଭ୍ୟାସ ସେମାନେ ବିନା ସ୍ନାନରେ ଚା’ ପିଇବା କିମ୍ବା ବିସ୍କୁଟ ଖାଇଥାଆନ୍ତି। ମାତ୍ର ମକର ସଂକ୍ରାନ୍ତିରେ ଏପରି କରିବା ଆଦୌ ଉଚିତ ନୁହେଁ। ଏହି ଦିନ ସ୍ନାନ କରି ପୂଜାର୍ଚ୍ଚନା କରିବା ପରେ ହିଁ ଖାଆନ୍ତୁ।
ଏହି ଦିନ ରସୁଣ, ପିଆଜ, ଆମିଷ ଆଦି ଖାଇବା ଉଚିତ ନୁହେଁ।
ଏହି ଦିନ କୌଣସି ନିଶା ଦ୍ରବ୍ୟର ସେବନ କରନ୍ତୁ ନାହିଁ।
ଏହି ଦିନ ରାଶିରେ ପ୍ରସ୍ତୁତ ଖାଦ୍ୟ, ମୁଗ ଡ଼ାଲି, ଚାଉଳରେ ପ୍ରସ୍ତୁତ ଖେଚୁଡ଼ି ଆଦି ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ।
ଏହି ଦିନ ଅସହାୟ ବ୍ୟକ୍ତିଙ୍କ ଦାନ ମଧ୍ୟ କରନ୍ତୁ।
ଏହି ଦିନ ଆଦୌ କ୍ରୋଧ କରନ୍ତୁ ନାହିଁ।
ମିଠା ବଚନ କୁହନ୍ତୁ।
ମାନ୍ୟତା ଅନୁଯାୟୀ, ଏହି ଦିନ କୌଣସି ବୃକ୍ଷର କ୍ଷତି କରନ୍ତୁ ନାହିଁ।
ସୂର୍ଯ୍ୟଦେବତାଙ୍କ ବିଶେଷ କୃପା ପାଇଁ ଏହି ଦିନ ସୂର୍ଯ୍ୟାସ୍ତ ପରେ ଭୋଜନ ଗ୍ରହଣ କରନ୍ତୁ ନାହିଁ।

Comments are closed.